କନକ ବ୍ୟୁରୋ: କ୍ୟାନସର ପାଇଁ ବିଛଣାରୁ ଉଠିପାରୁନାହାନ୍ତି ସତ୍ୟବାଦୀ ବ୍ଲକର ନେତ୍ରାନନ୍ଦ ବେହେରା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପରିବାର ଚଳାଇବାକୁ ବି ପାଖରେ ଟଙ୍କା ନାହିଁ । ଅସୁସ୍ଥତା ପାଇଁ କାମକୁ ବି ଯାଇପାରୁନାହାନ୍ତି ନେତ୍ରାନନ୍ଦ । ତେଣୁ ୮ ବର୍ଷର ଦିିବ୍ୟାଙ୍ଗ ଝିଅକୁ ମିଳୁଥିବା ୫ଶହ ଟଙ୍କାରେ ଚଳୁଛି ପୂରା ପରିବାର ।
ବିଛଣାରେ ଜୀବନ । ଯନ୍ତ୍ରଣାରେ ଆଖିରୁ ଝରିପଡ଼ୁଛି ଲୁହ । ଜୀବନ ଯନ୍ତ୍ରଣା ସହ ପାରିବାରିକ ଯନ୍ତ୍ରଣା ଭାଙ୍ଗିଦେଇଛି ମେରୁଦଣ୍ଡ । ଏଭଳି ପରିସ୍ଥିତିରେ କିଏ ବୁଝିବ ଦୁଃଖ, କିଏ ହେବ ସାହା ଭାବି ଭାବି ଜୀବନ କାଟୁଛନ୍ତି ପୁରୀ ସତ୍ୟବାଦୀ ବ୍ଲକ ହରିଜନ ସାହିର ନେତ୍ରାନନ୍ଦ ବେହେରା । ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ନେତ୍ରାନନ୍ଦ ଏବେ କ୍ୟାନସରରେ ପୀଡ଼ିତ । ଚିକିତ୍ସା କରିବାକୁ ପାଖରେ ଅର୍ଥ ନାହିଁ । ଅସୁସ୍ଥତା କାରଣରୁ କାମ କୁ ବି ଯାଇପାରୁ ନାହାନ୍ତି । ଏବେ ୮ ବର୍ଷର ଦିିବ୍ୟାଙ୍ଗ ଝିଅକୁ ମିଳୁଥିବା ୫ଶହ ଟଙ୍କାରେ ଚଳୁଛି ପୂରା ପରିବାର ।
୩ ଝିଅ ଓ ପତ୍ନୀଙ୍କୁ ନେଇ ନେତ୍ରାନନ୍ଦଙ୍କ ପରିବାର । ହସ ଖୁସିରେ ଚଳୁଥିବା ପୂରା ପରିବାରକୁ କାହା ନଜର ଯେମିତି ଲାଗିଯାଇଛି । ପରିବାର ଚଳାଉଥିବା ନେତ୍ରାନନ୍ଦ କ୍ୟାନସରେ ପୀଡ଼ିତ ହେଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ହେଲେ ନେତ୍ରାନନ୍ଦ ଏବେ ଠିକ୍ ଭାବେ ଚାଲି ପାରୁନାହାନ୍ତି । ଏହି ପରିସ୍ଥିତିରେ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିବେ । ନେତ୍ରାନନ୍ଦଙ୍କ ଚିକିସାô ପାଇଁ ସାହାଯ୍ୟ କରିବାକୁ ହାତଯୋଡ଼ି ଗୁହାରି କରିଛନ୍ତି ପତ୍ନୀ । ଏପଟେ ସରକାରଙ୍କର ବ୍ୟବସ୍ଥା ଅନୁସାରେ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସତ୍ୟବାଦୀ ବ୍ଲକ ଅଧକ୍ଷ ସୁନିଲ ପଣ୍ଡା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/03/25-16.jpg)