ବୁଲା କୁକୁର ମାମଲାରେ ଏହି ଦେଶ ଆଣିଛି କଠୋର ଆଇନ । ଦେଶରେ ନାହାଁନ୍ତି ଗୋଟିଏ ବି ବୁଲା କୁକୁର

148

କନକ ବ୍ୟୁରୋ : ଗଳିକନ୍ଦି ସବୁଆଡ଼େ ବୁଲା କୁକୁରମାନେ ଆତଙ୍କ ଖେଳାଉଛନ୍ତି । କୁକୁର କାମୁଡ଼ାରେ ଅନେକଙ୍କ ଜୀବନ ମଧ୍ୟ ଯାଇଛି । ଏମିତି କି ରାତିରେ ଏକାକି ଯିବାବେଳେ ଲୋକେ ଭୟ ମଧ୍ୟ କରିଥାନ୍ତି । ଦିନକୁ ଦିନ କୁକୁରଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ିଗଲାଣି କି ଲୋକେ ଭୟ ମଧ୍ୟ କରିବାକୁ ଲାଗିଲେଣି । କିଛିଦିନ ତଳେ ବୁଲା କୁକୁରଙ୍କ କାମୁଡ଼ାରେ ଦିଲ୍ଲୀର ଦୁଇ ଭାଇଙ୍କ ମୃତ୍ୟୁ ମଧ୍ୟ ହୋଇଛି । ତେବେ ଆପଣ ଜାଣନ୍ତି କି, ଆମ ଦେଶରେ ବୁଲା କୁକୁରଙ୍କ ସଂଖ୍ୟା କେତେ? ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ ।

ଦେଶରେ ୬ କୋଟି ୨ ଲକ୍ଷରୁ ଅଧିକ ବୁଲା କୁକୁର ରହିଛନ୍ତି । ଏମାନଙ୍କ ମଧ୍ୟରୁ ୮୮ ଲକ୍ଷ କୁକୁର ସେଲଟର ହୋମରେ ରହିଛନ୍ତି । କୁକୁରଙ୍କ ଭଳି ଦେଶରେ ବିଲେଇଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି  । ଦେଶରେ ପାଖାପାଖି ୯୧ ଲକ୍ଷ ବୁଲା ବିଲେଇ ରହିଛନ୍ତି । ବିଶ୍ୱରେ ବୁଲା କୁକୁରଙ୍କ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚୀନ ୧ ନମ୍ବରରେ ରହିଛି । ଚୀନରେ ସାଢ଼େ ୭ କୋଟିରୁ ଅଧିକ ବୁଲା କୁକୁର ରହିଛନ୍ତି । ସେପଟେ ଆମେରିକାରେ ୪.୮ କୋଟି କୁକୁର ରହିଛନ୍ତି । ବୁଲା କୁକୁରଙ୍କ ମାମଲାରେ ଆମେରିକା ୩ ନମ୍ବର ସ୍ଥାନରେ ରହିଛି ।

ବୁଲା କୁକୁରଙ୍କ କାମୁଡାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୨୦୨୧ ମସିହାରେ ବିଶ୍ୱ ସ୍ୱାସ୍ଥ୍୍ୟ ସଂଗଠନ କହିଛି କି, ବର୍ଷକୁ ୨୧ ହଜାରରୁ ଅଧିକ ଲୋକଙ୍କ କୁକୁର କାମୁଡ଼ା ହେତୁ ମୃତ୍ୟୁ ହେଉଛି  । ଯାହାକି ବିଶ୍ୱର ୩୬ ପ୍ରତିଶତ ମୃତ୍ୟୁ ସଂଖ୍ୟା ବୋଲି ଗଣାଯାଏ । ଆହୁରି ମଧ୍ୟ କୁହାଯାଇଛି କି, ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ଯଦି ଆମେ ବିଶ୍ୱରେ ବୁଲା କୁକୁରଙ୍କ କଥା କହିବା ତାହେଲେ ୨୦୦ ମିଲିୟନରୁ ଅଧିକ ରହିଛନ୍ତି । କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଜମା ନଜର ଆସିନଥାନ୍ତି ବୁଲା କୁକୁର ।

ନେଦରଲ୍ୟାଣ୍ଡରେ ବୁଲା କୁକୁରମାନେ ଦେଖିବାକୁ ମିଳନ୍ତି ନାହିଁ । କିନ୍ତୁ ପୂର୍ବରୁ ଏଠାରେ ପ୍ରବଳ ବୁଲା କୁକୁରଥିଲେ । ଆଉ ଗଳକନ୍ଦି ଯୁଆଡ଼େ ଚାହିଁବ କେବଳ ବୁଲା କୁକୁର ଦେଖିବାକୁ ମିଳୁଥିଲେ । କିନ୍ତୁ ଏବେ ଦେଖା ନଯିବା ପଛରେ ଅନେକ କାରଣ ରହିଛି । ଏଠାକାର ଲୋକେ ପଶୁପ୍ରେମୀ । ବୁଲା କୁକୁରଙ୍କ ସଂଖ୍ୟା କମେଇବା ଲାଗି ବିଭିନ୍ନ ନିୟମମାନ ଲାଗୁ କରାଯାଇଛି । ଉନବିଂଶ ଶତାଦ୍ଦୀରେ କୁକୁରଙ୍କ କାମୁଡ଼ା ଭୟଥିଲା । ଅନ୍ୟପଟେ ନିୟମ କରାଯାଇଥିଲା କି, କୁକୁର ରଖିଲେ ଟ୍ୟାକ୍ସ ଦେବାକୁ ପଡ଼ିବ । ଅନ୍ୟପଟେ କୁକୁରମାନେ କାମୁଡ଼ିବା ଫଳରେ ଏଠାକୁ ଆସୁଥିବା ବିଦେଶୀ ବ୍ୟବସାୟୀମାନେ ମଧ୍ୟ ଆସିନଥିଲେ । ଏହାପରେ ଲୋକେ ଘରେ ରଖୁଥିବା କୁକୁରଙ୍କୁ ମଧ୍ୟ ବାହାରେ ଛାଡ଼ି ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି କି, ହିଂସ୍ର ହେଉଥିବା କୁକୁରଙ୍କୁ କାବୁ କରି ସେମାନଙ୍କ ଟିକା କରଣ, ନିରାକରଣ କରାଯାଇଥିଲା । ଆଉ ବୁଲା କୁକୁରଙ୍କୁ ଯେଉଁମାନେ ରଖୁଥିଲେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ୁନଥିଲା । ଲୋକେ ବୁଲା କୁକୁରଙ୍କୁ ଆଣି ଘରେ ରଖିଲେ । ଧିରେ ଧିରେ କୁକୁରଙ୍କୁ ନିୟନ୍ତ୍ରଣ କରିବା ସହ ରାସ୍ତାରେ ବୁଲା କୁକୁରମାନେ ଆଉ ନଜର ଆସିନଥିଲେ । ସିଏନଭିଆର ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ବୁଲା କୁକୁରଙ୍କୁ ଧରାଯାଉଥିଲା । ଆଉ ଏବେ ଏଠାରେ ରାସ୍ତାରେ ଗୋଟିଏ ମଧ୍ୟ ବୁଲା କୁକୁରମାନେ ନଜର ଆସୁନାହାନ୍ତି ।