କନକ ବ୍ୟୁରୋ : ବିଦେଶରେ ନିଆଁ ଭଳି ବ୍ୟାପୁଛି ଓମିକ୍ରନ୍  । ପ୍ରତିଦିନ ହଜାରେ ହଜାର ସଂଖ୍ୟାରେ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ  । ଫଳରେ ଲକଡାଉନ ଭଳି କଟକଣା ଫେରିବାର ଆଶଙ୍କା ବଢ଼ିଛି  । ନେଦରଲ୍ୟାଣ୍ଡରେ ତାଲାବନ୍ଦ ହୋଇଥିବା ବେଳେ ଆଗକୁ ଆହୁରି କଟକଣା କଡ଼ାକଡ଼ି କରାଯାଇପାରେ ବୋଲି ଅନୁମାନ କରାଯାଉଛି  । କାରଣ ପ୍ରତି ଦେଢ଼ରୁ ତିନି ଦିନରେ ଦୁଇ ଗୁଣ ହେଉଛି ସଂକ୍ରମଣ  । ଏପଟେ  ଦେଶରେ ଯଦିଓ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି, ହେଲେ  ଏବେ ବି ଅଧିକାଂଶ ଆକ୍ରାନ୍ତ ଡେଲଟା ଦ୍ୱାରା ସଂକ୍ରମିତ ହେଉଥିବା କହିଛନ୍ତି ଆଇସିଏମଆରର ଅତିରିକ୍ତ ମହାନିର୍ଦ୍ଦେଶକ ସମୀରନ ପଣ୍ଡା ।

Advertisment

ଦେଶରେ ଧୀରେ ଧୀରେ ଓମିକ୍ରନ କାୟା ବଢ଼ାଉଥିବା ବେଳେ ଏବେ ବି କରୋନାର ଡେଲଟା ପ୍ରଜାତି ପ୍ରଭାବଶାଳୀ ହୋଇ ରହିଛି । ଭାରତୀୟ ମେଡିକାଲ ଗବେଷଣା ପରିଷଦ ତଥା ଆଇସିଏମଆରର ମହାମାରୀ ବିଭାଗ ମୁଖ୍ୟ ଡାକ୍ତର ସମୀରନ୍ ପଣ୍ଡା କହିଛନ୍ତି,

ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ହେଲେ ଏବେ ବି ଡେଲ୍ଟା ଭୂତାଣୁ ରହିଛି ଅଧିକ ପ୍ରଭାବଶାଳୀ

ଓମିକ୍ରନ ସଂଖ୍ୟା ବଢ଼ିଲେ ବି ହସ୍ପିଟାଲରେ ପୂର୍ବ ଭଳି ଚାପ ପଡିନପାରେ

ଅଧିକାଂଶ ଓମିକ୍ରନ ଆକ୍ରାନ୍ତ ବିଦେଶରୁ ଫେରିଛନ୍ତି

କରୋନା ନିୟମ ନମାନିଲେ ସ୍ଥିତି ବିଗିଡ଼ିପାରେ

ଓମିକ୍ରନ ଯେପରି ଗୋଷ୍ଠୀ ସଂକ୍ରମଣ ନକରେ, ଦୃଷ୍ଟି ଦେବାକୁ ପରାମର୍ଶ

ଜିଲ୍ଲାସ୍ତରରେ ପ୍ରସ୍ତୁତ ରହିବାକୁ ପରାମର୍ଶ

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ପ୍ରତି ଦେଢ଼ ଦିନରୁ ତିନି ଦିନ ମଧ୍ୟରେ ଦୁଇ ଗୁଣ ହେଉଛି ସଂକ୍ରମଣ । ବିଟ୍ରେନରେ ଗତ ତିନି ଦିନ ହେଲା ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଓମିକ୍ରନ ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ହସପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିସ୍ଫୋରକ ସ୍ଥିତିକୁ ଦେଖି ପଦାଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ପୁଣିଥରେ କରୋନା କଟକଣା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । କେବଳ ବ୍ରିଟେନ୍ ନୁହେଁ, ଅନ୍ୟ ଦେଶଗୁଡିକ ମଧ୍ୟ ଓମିକ୍ରନ ସଂକ୍ରମଣକୁ ଦେଖି ଲକଡାଉନ୍ ଭଳି ଶକ୍ତ କଟକଣା ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । କିଛି ଦେଶରେ ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଲଗାଇବା ଆରମ୍ଭ କରି ଦେଇଛନ୍ତି ।

ବିଦେଶରେ ଫିକା ପଡ଼ିବ ନୂଆ ବର୍ଷ ପାଳନ

ଦୁଇ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିପାରନ୍ତି ବ୍ରିଟେନ୍ ସରକାର

ଦେଶରେ ୪ ସପ୍ତାହ ଲକଡାଉନ୍ ଘୋଷଣା କଲା ନେଦରଲାଣ୍ଡ

ନୂଆ ବର୍ଷ ପାଳନକୁ ସୀମିତ କଲେ ଫ୍ରାନ୍ସ ସରକାର

ଡେନମାର୍କରେ ଥିଏଟର, କଂସର୍ଟ ହଲ, ମନୋରଂଜନ ପାର୍କ ବନ୍ଦ

ଆୟରଲାଣ୍ଡରେ ରାତି ୮ଟାରୁ ବାର୍ ବନ୍ଦ

ବ୍ରିଟେନ ଫେରନ୍ତାଙ୍କ ଉପରେ କଟକଣା ଲଗାଇଲା ଜର୍ମାନୀ