ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଫାଇନାଲରେ ନେଦରଲାଣ୍ଡ ! ଆସନ୍ତାକାଲି ମହାଲଢେଇ ।

191

କନକ ବ୍ୟୁରୋ : ହକି ବିଶ୍ୱକପ ଫାଇନାଲ ପାଇଁ ଟିକେଟ ହାସଲ କଲା ନେଦରଲାଣ୍ଡ । ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ହକି ବିଶ୍ୱକପ୍ ୨୦୧୮ ଫାଇନାଲରେ ପ୍ରବେଶ କରିଛି ଟିମ୍ ନେଦରଲାଣ୍ଡ । ସଡନ୍ ଡେଥରେ ଅଷ୍ଟ୍ରେଲିଆକୁ ଚକମା ଦେଲା ଦଳ । ଦ୍ୱିତୀୟ ଦଳ ଭାବେ ନେଦରଲାଣ୍ଡ ଫାଇନାଲରେ ପ୍ରବେଶ କରିଛି । ଆଜି ହକି ବିଶ୍ୱକପ ୨୦୧୮ର ଦୁଇଟି ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ।

ପ୍ରଥମ ସେମିଫାଇନାଲରେ ବେଲଜିୟମ୍ ଇଂଲଣ୍ଡକୁ ୬-୦ ଗୋଲର ବଡ ବ୍ୟବଧାନରେ ପରାସ୍ତ କରିଛି । ସେହିପରି ଦ୍ୱିତୀୟ ସେମିଫାଇନାଲରେ ନେଦରଲାଣ୍ଡ ଅଷ୍ଟ୍ରେଲିଆକୁ ସଡନ୍ ଡେଥରେ ଚକମା ଦେଇ ଫାଇନାଲ ପାଇଁ ଟିକେଟ୍ ହାସଲ କରିଛି । ଆସନ୍ତାକାଲି ହକି ବିଶ୍ୱକପର ମହାଲଢେଇ ତଥା ଫାଇନାଲ ଫାଇଟ୍ । କିଏ ହେବ ହକି ବିଶ୍ୱକପ୍ ୨୦୧୮ର ଚାମ୍ପିୟନ୍ ତାହା କାଲିର ମ୍ୟାଚ୍ ନିର୍ଣ୍ଣୟ କରିବ । ତେବେ ତୃତୀୟ ସ୍ଥାନ ପାଇଁ କାଲି ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ହେବ କଡା ଟକ୍କର । ଏହି ମ୍ୟାଚ୍ ପରେ ହେବ ଫାଇନାଲ୍ ଫାଇଟ୍ । ମୁହାଁମୁହିଁ ହେବେ ବେଲଜିୟମ୍-ନେଦରଲାଣ୍ଡ । ଏହା ସହ ଉଦଯାପନୀ ସମାରୋହରେ ଆସନ୍ତାକାଲି ଯୋଗ ଦେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।