କନକ ବ୍ୟୁରୋ : କୃଷିରେ ଆସିବ ପରିବର୍ତନ । ଚାଷ ପଦ୍ଧତିରେ ହେବ ଉନ୍ନତି । କୃଷକ ମାନଙ୍କୁ ସଶକ୍ତ କରିବାକୁ ନେଦରଲ୍ୟାଣ୍ଡ ଚାଷ ପଦ୍ଧତିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି । ମାହାଙ୍ଗାରେ ପୂର୍ବତନ ଆୟକର କମିଶନର ଶୋଭନକର ଶରତକର ଅନିମାକର ଫାଉଣ୍ଡେସନ ଏକ ଅନ୍ତର୍ଜାତୀୟ ସଂସ୍ଥା ସହାୟତାରେ ଏହି ପଦ୍ଧତି ଆପଣାଇଛି । ଗୋପାଳପୁର ବନ୍ତଳାଠରେ ୩ ଳକର ଚାଷ ଜମିରେ ପ୍ରଥମେ ମୁଗଚାଷକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା । । ତାପରେ ଏବେ ଧାନ ଚାଷର ପରୀକ୍ଷା କରାଯାଉଛି । ପରିବା ଚାଷର ସ୍ୱଳ୍ପ ଖର୍ଚ୍ଚରେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରାଯାଉଛି । ଯାହାକି ଜମିର ଉର୍ବରତା ବଢାଇବାରେ ସହାୟକ ହୋଇପାରୁଛି । ଟାଙ୍ଗୀ ଡେରାବିଶିରୁ ନେଇ ମୋଟ ୬୦ ପଂଚାୟତରେ କୃଷକ ମାନଙ୍କୁ ସଶକ୍ତ କରାଇବାରେ ଏହା ସମ୍ପୁର୍ଣ୍ଣ କାର୍ଯ୍ୟ କରୁଛି ।

Advertisment

ସଲିଡାରିଡାଡ ସଂସ୍ଥା ଚାଷୀ ମାନଙ୍କୁ ଶ୍ରୀପଦ୍ଧତିରେ ଚାଷ କରିବାକୁ ସମସ୍ତ ସହଯୋଗ ପ୍ରଦାନ କରୁଛି । ପାରମ୍ପରିକ ପଦ୍ଧତି ଅପେକ୍ଷା ଏହି ପଦ୍ଧତିରେ ଏକର ପିଛା ୧୫ହଜାର ଟଙ୍କା ଅଧିକ ଆୟ ହୋଇପାରୁଛି । ପରିବା ଚାଷ ଓ ମୁଗ ଚାଷକୁ ଲାଭ ଦାୟକ କରିବାକୁ ପଂଜିକୃତ ଚାଷୀ ମାନଙ୍କୁ ମୋବାଇଲ ଜରିଆରେ ସୂଚନା ପ୍ରଦାନ କରାଯାଉଛି । ସେହିଭଳି ଦୀର୍ଘ ୧ ର୍ବ ମଧ୍ୟରେ ସଂସ୍ଥା ସହ ୫୦ହଜାର କୃଷକ ଯାଡି ହୋଇସାରିଲେଣି । ଚାଷୀଙ୍କୁ ବୈଷୟିକ ସହଯାଗ ସହ ଉତ୍ପାଦନ ଦୁଇ ଗୁଣିତ କରିଯିବାର ଲକ୍ଷ୍ୟ ରହିଛି ।
ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଂଚାୟତ ପୁରୁଷୋମତମପୁର ଗାଁକୁ ଆଦର୍ଶକୃଷି ଗା ଭାବେ ଘୋଷଣା କରିଛି ସଂସ୍ଥା ।