କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ନେଟଫ୍ଲିକ୍ସର ବଡ ଉପହାର । ଶସ୍ତା ହେଲା ନେଟଫ୍ଲିକ୍ସର ପ୍ଲାନ । ଏଣିକି ଗ୍ରାହକଙ୍କୁ ନେଟଫ୍ଲିକ୍ସ ସବସ୍କ୍ରିପସନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି । କାରଣ ପୂର୍ବ ପ୍ଲାନରେ ବଡ ଧରଣର ପରିବର୍ତ୍ତନ କରିଛି ନେଟଫ୍ଲିକ୍ସ । ଏଣିକି ନେଟଫ୍ଲିକ୍ସର ସବସ୍କ୍ରିପସନ ମାସିକ ୧୪୯ ଟଙ୍କାରେ ପାଇ ପାରିବେ ଗ୍ରାହକ । ପୂର୍ବରୁ ଏହାର ଦର ୧୯୯ ଟଙ୍କା ରହିଥିଲା । ଯେଉଁଥିରେ କେବଳ ମୋବାଇଲରେ ନେଟଫ୍ଲିକ୍ସର ମଜା ଉଠାଇ ପାରୁଥିଲେ ଦର୍ଶକ । ଭାରତରେ ଅଧିକରୁ ଅଧିକ ସବସ୍କ୍ରାଇବର ପାଇବା ଆଶାରେ ପ୍ଲାନକୁ ଶସ୍ତା କରିଛି ନେଟଫ୍ଲିକ୍ସ ।
ନେଟଫ୍ଲିକ୍ସର ବେସିକ୍ ପ୍ଲାନ ପୂର୍ବରୁ ଯାହାର ଦର ୪୯୯ ଟଙ୍କା ରହିଥିଲା ଏବେ ତାହାକୁ ଆହୁରି ଶସ୍ତା କରାଯାଇଛି । ଅଥାର୍ତ ମାତ୍ର ୧୯୯ ଟଙ୍କାରେ ବେସିକ୍ ପ୍ଲାନର ସୁବିଧା ପାଇ ପାଇ ପାରିବେ ଗ୍ରାହକ । ଆଉ ତାହା ବି ପୁଣି ମାସେ ପାଇଁ । ଏହି ବେସିକ ପ୍ଲାନକୁ ସବସ୍କାଇବ କରିବା ପରେ ମୋବାଇଲ, କମ୍ପ୍ୟୁଟର, ଟିଭିରେ ନିଜ ଆକାଉଣ୍ଟ ଲଗ୍ ଇନ କରିପାରିବେ । କିନ୍ତୁ ଏକ ସମୟରେ କେବଳ ଗୋଟିଏ ଡିଭାଇସରେ ହିଁ ଏହା ଚାଲି ପାରିବ ।
Aap @aliaa08 se convince ho gaye ya hum aur bole? 👀#HappyNewPrices are here, which means you can now watch Netflix on any device at ₹199 and on your mobile at ₹149! pic.twitter.com/zdHrPlTJhi
— Netflix India (@NetflixIndia) December 14, 2021
ସେହିଭଳି ନେଟଫ୍ଲିକ୍ସର ଷ୍ଟାଣ୍ଡାର୍ଡ ପ୍ଲାନର ଦର ମଧ୍ୟ ହ୍ରାସ ପାଇଛି । ଏବେ ଷ୍ଟାଣ୍ଡାର୍ଡ ପ୍ଲାନ ସର୍ବସ୍କ୍ରାଇବ ପାଇଁ ୟୁଜର୍ସଙ୍କୁ ୪୯୯ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏଥିପାଇଁ ୟୁଜର୍ସଙ୍କୁ ୬୪୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏହି ଷ୍ଟାଣ୍ଡାର୍ଡ ପ୍ଲାନରେ ଏକକାଳୀନ ଦୁଇଟଇ ଡିଭାଇସରେ ନେଟଫ୍ଲିକ୍ସ ଚାଲିପାରିବ । ମୋବାଇଲ, କମ୍ପ୍ୟୁଟର, ଟାବଲେଟ ଓ ଟିଭିରେ ଏହାକୁ ଲଗଇନ୍ କରାଯାଇପାରିବ । ଏହାବାଦ୍ ନେଟଫ୍ଲିକ୍ସର ପ୍ରିମିୟମ ପ୍ଲାନରେ ମଧ୍ୟ ବଡ ଧରଣର ହ୍ରାସ ହୋଇଛି । ନେଟଫ୍ଲିକ୍ସର ପ୍ରିମିୟମ ପ୍ଲାନ ପାଇଁ ଏବେ ମାସକୁ ୬୪୯ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏଥିପାଇଁ ୭୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏହି ପ୍ରିମିୟମ ପ୍ଲାନରେ ଏକକାଳୀନ ୪ଟି ଡିଭାଇସରେ ଲଗ୍ ଇନ କରାଯାଇପାରିବ ।