ଗୁରୁବାର ରାତିରେ ମୁମ୍ବାଇରେ ବଲିଉଡର ମହାନ ହସ୍ତିଙ୍କୁୁ ଭେଟିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ବଲିଉଡର କଳାକାରଙ୍କୁ ଭେଟି ନେତନ୍ୟାହୁ ଓ ତାଙ୍କ ପତ୍ନୀ ସାରା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ନେତନ୍ୟାହୁ ଏହି ଅବସରରେ ଇସ୍ରାଏଲ୍ରେ ଯାଇ ସିନେମା କରିବାକୁ କଳାକାରଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ କହିଛନ୍ତି ଦୁନିଁଆ ବଲିଉଡ୍କୁ ପସନ୍ଦ କରୁଛି ।
ଇସ୍ରାଏଲ୍ ମଧ୍ୟ ବଲିଉଡକୁ ପସନ୍ଦ କରେ । ତେଣୁ ଇସ୍ରାଏଲରେ ବଲିଉଡ୍କୁ ସେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି । ନମସ୍କାର ଓ ସଲାମ କହି କଳାକାରଙ୍କୁ ସମ୍ବୋଦ୍ଧନ କରିଥିଲେ ନେତନ୍ୟାହୁ । ଅମିତାଭଙ୍କୁ ପାଖରେ ପାଇ ସେ କହିଥିଲେ, ପ୍ରକାଶ କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ଏହା ସହିତ ସେ କଳାକାରମାନଙ୍କ ସହ ସେଲଫି ମଧ୍ୟ ନେଇଥିଲେ ।
ନେତନ୍ୟାହୁ ଭେଟିଥିବା କଳାକାରମାନଙ୍କ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ, ଅଭିଶେକ୍ ବଚ୍ଚନ, ଅଶ୍ୱର୍ଯ୍ୟା ରାୟ ବଚ୍ଚନ, କରନ ଜୋହର, ଇମତିଆଜ୍ ଅଲ୍ଲୀ, ମଧୁର ଭଣ୍ଡାରକର, ବିବେକ ଓବେରୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/israeli-prime-minister-benjamin-netanyahu-in-mumbai_3ce1463a-fc7b-11e7-b4bc-5499dc23e9cf.jpg)