ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ବୀର ସିପାହୀ ତଥା ଓଡିଆ ପୁଅ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମତିଥୀରେ ପୂରା ଦେଶବାସୀ ନିଜର ବୀର ପୁଅର ବୀରତ୍ୱର ଗାଥାକୁ ମନେ ପକାଉଛନ୍ତି । ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବେ ପରିଚିତ ନେତାଜୀ ସୁଭାଷ ବୋଷଙ୍କର ୧୮ ଅଗଷ୍ଟ ୧୯୪୫ରେ ଜାପାନରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ୨୩ ଅଗଷ୍ଟରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ନେତାଜୀଙ୍କ ମୃତ୍ୟୁକୁ ନେଇ ଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସିଛି । ଯାହା ନେତାଜୀଙ୍କ ମୃତ୍ୟୁ ଖବରକୁ ଆହୁରି ରହସ୍ୟମୟ କରିଛି ।

Advertisment

publive-image ନେତାଜୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ହସ୍ପିଟାଲ

ନେତାଜୀଙ୍କ ମୃତ୍ୟୁ ସସପେନ୍ସକୁ ନେଇ ଗଣମାଧ୍ୟମରେ ବିଭିନ୍ନ ସମୟରେ ରୋଚକ କଥା ଶୁଣିବାକୁ ମିଳିଥାଏ । ତେବେ ନେତାଜୀଙ୍କ ଅନ୍ତିମ ସଂସ୍କାର ଯେଉଁ ହସ୍ପିଟାଲରେ କରାଯାଇଥିଲା ତାହାର କିଛି ଚିତ୍ର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ନେତାଜୀଙ୍କ ବିମାନ ଦୁର୍ଘଟଣାଗସ୍ତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ଏହି ହସ୍ପିଟାଲକୁ ଅଣାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି କୁହାଯାଏ । ତେବେ ମୃତ୍ୟୁ ପୂର୍ବରୁ ଏହି ହସ୍ପିଟାଲରେ ବେଶ କିଛି ଘଣ୍ଟା ପର୍ଯ୍ୟନ୍ତ ଜୀବନ ଓ ମରଣ ସହ ସଂର୍ଘଷ କରିଥିଲେ ନେତାଜୀ । ପୂର୍ବତନ ଲୋକସଭା ସାଂସଦ ତଥା ଲେଖକ କୃଷ୍ଣା ବୋଷ ଏକ ମାଗାଜିନରେ ହସ୍ପିଟାଲର ଫଟୋ ଦେବା ସହ ଲେଖିଥିଲେ, ଏହି ହସ୍ପିଟାଲର ପଛ ପାଶ୍ୱର୍ରେ ସୁଭାଷ ଚନ୍ଦ୍ର ବୋଷଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

publive-imageଉପରୋକ୍ତ ଫଟୋରେ ଦେଖାଯାଉଥିବା ଦୁଇ ଇଞ୍ଜିନ ବିଶିଷ୍ଟ ଏୟାରକ୍ରାଫ୍ଟ ଯେଉଁଥିରେ ନେତାଜୀ ତାଇୱାନା ସାଇଗୋନ ଏୟାରପୋର୍ଟରୁ ୧୭ ଅଗଷ୍ଟ ୧୯୪୫ ମସିହାରେ ଯାତ୍ରା ଆରମ୍ଭ କରିଥିଲେ । କୁହାଯାଏ, ବିମାନ ଉଡିବାର କିଛି ମିନିଟ୍ ମଧ୍ୟରେ ହିଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଏୟାରକ୍ରାଫ୍ଟରେ ଆଜାଦ ହିନ୍ଦ ଫୌଜର କିଛି ଅଫିସର ଓ ଜାପାନୀ ସେନାର କିଛି ଉଚ୍ଚ ଅଧିକାରୀ ନେତାଜୀଙ୍କ ସହ ଯାତ୍ରା କରୁଥିଲେ ।

publive-imageଏହା ସେହି ସମୟର ଜାପାନୀ ଖବରକାଗଜ, ଯେଉଁଥିରେ ୨୩ ଅଗଷ୍ଟ ୧୯୪୫ ମସିହାରେ ପ୍ରଥମଥର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ଖବର ତାଙ୍କର ଫଟୋ ସହ ପ୍ରଥମେ ପ୍ରକାଶିତ ହୋଇଥିଲା । ନେତାଜୀଙ୍କ ସହ ମୃତ୍ୟୁ ବରଣ କରିଥିବା ଜେନେରାଲ ସିଦେଇଙ୍କ ବାବଦରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ଆଉ ଏହି ଖବର ପ୍ରକାଶିତ ହେବା ପରେ ପୂରା ବିଶ୍ୱବାସୀ ନେତାଜୀଙ୍କ ମୃତ୍ୟୁ ବାବଦରେ ଜାଣିବାକୁ ପାଇଥିଲେ ।

publive-imageଭାରତରେ ନେତାଜୀଙ୍କ ମୃତ୍ୟୁ ଖବର ପ୍ରଥମେ କୋଲକାତାର ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଜାପାନର ଏକ ନ୍ୟୁଜ ଏଜେନ୍ସି ଖବରକୁ ଆଧାର କରି ଜାପାନର ଏକ ସୈନ୍ୟ ହସ୍ପିଟାଲରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଖବର ହିନ୍ଦୁସ୍ତାନ ଷ୍ଟାର୍ଣ୍ଡାଡରେ ପ୍ରକାଶିତ ହୋଇଥିଲା ।

publive-imageଏହି ଫଟୋଟି ନେତାଜୀଙ୍କର ଶେଷ ଫଟୋ ଥିଲା । ୧୭ ଅଗଷ୍ଟ ୧୯୪୫ ମସିହାରେ ବିମାନରୁ ଓହ୍ଲାଇବା ସମୟରେ ଏହି ଫଟୋଟି ଉଠାଯାଇଥିଲା । ଯେଉଁଥିରେ ନେତାଜୀ ସାଲ୍ୟୁଟ କରୁଥିବାର ନଜର ଆସିଥିଲେ । ତେବେ ଏହା ପରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ।