ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା ଚାହାନ୍ତି ଝିଅ ଅନିତା

69

କନକ ବ୍ୟୁରୋ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି । ଏକ ବିମାନ ଦୁର୍ଘଟଣାରେ ସେ ଆଖି ବୁଜିଥିଲେ ବୋଲି କେହି କେହି ଦାବି କରୁଥିବା ବେଳେ ନେତାଜୀ ସେଥିରୁ ବର୍ତ୍ତିଯାଇ ଭାରତ ଫେରିଥିଲେ ବୋଲି ମଧ୍ୟ କେହି କେହି ଦାବି କରୁଛନ୍ତି । ତେବେ ଏଭଳି ପ୍ରହେଳିକାରେ ଯବନିକା ଟାଣିବା ଉଦ୍ଦେଶ୍ୟରେ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରେ ସଂରକ୍ଷିତ ଥିବା ତଥାକଥିତ ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା କରିବା ଲାଗି ତାଙ୍କ ଝିଅ ଅନୀତା ବୋଷ ଇଚ୍ଛା ପ୍ରକଟ କରିଛନ୍ତି । ଏଥିପାଇଁ ସେ ଆସନ୍ତାବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଜାପାନରୁ ଉକ୍ତ ଚିତାଭସ୍ମ ଆଣିବା ପାଇଁ ଅନୁରୋଧ କରିବେ ବୋଲି ଅନିତା କହିଛନ୍ତି ।

୭୪ ବର୍ଷୀୟ ଅନୀତା ମାତ୍ର ଏକ ମାସ ବୟସର ହୋଇଥିବା ବେଳେ ନେତାଜୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେଣୁ ନିଜ ପିତାଙ୍କ ସମ୍ପର୍କରେ କିଛି ବିସ୍ମରଣ କରିପାରୁନଥିବା ଅନୀତାଙ୍କୁ କେବଳ ତାଙ୍କ ମୃତ୍ୟୁ ସମ୍ପର୍କରେ ବୁଝାଇ ଦିଆଯାଇଛି ଏବଂ ସେ ମଧ୍ୟ ତାହାକୁ ଗ୍ରହଣ କରିନେଇଛନ୍ତି । ତେବେ ତାଙ୍କ ପିତାଙ୍କର ଚିତାଭସ୍ମର ଡିଏନଏ ପରୀକ୍ଷା ପରେ ହିଁ ତାଙ୍କ ମୃତ୍ୟୁ ରହସ୍ୟ ଜଣାପଡ଼ିବ ଏବଂ ଅନ୍ତତଃ ବୈଜ୍ଞାନିକ ପ୍ରମାଣ ଉପରେ ବିଶ୍ୱାସ ରଖୁଥିବା କିଛି ଭାରତୀଙ୍କର ତାହା ଉପଲବ୍ଧି ହୋଇପାରିବ ବୋଲି ଅନୀତା କହିଛନ୍ତି ।