ନେତାଜୀଙ୍କ ଝିଅ କହିଲେ ଏମିତି କଥା: ‘ଯଦି ନେତାଜୀ ଥାନ୍ତେ…’

1,273

କନକ ବ୍ୟୁରୋ: ଜର୍ମାନୀରେ ରହୁଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷ ଏକ ସାକ୍ଷାତକାରରେ ଇତିହାସକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତତା ରୋଚକ କଥା ବଖାଣିଛନ୍ତି । ଅନୀତା କହିଛନ୍ତି ଯେ, ତାଙ୍କ ବାପା ନେତାଜୀଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ ଚାହୁଁଥିଲେ ଗାନ୍ଧିଜୀ । ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋ ବାପା ଯଦି ଜୀବିତ ଥାନ୍ତେ ତେବେ କୌଣସି ମତେ ଦେଶ ବିଭାଜନ କରେଇଦେଇନଥାନ୍ତେ’ ।

ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତୀମା ସ୍ଥାନିତ କରିବାକୁ ସ୍ୱାଗତ କରିଛନ୍ତି ଅନୀତା । ପ୍ରତୀମାର ହେଲୋଗ୍ରାମକୁ ଦେଖି ନିଜର ଖୁସି ବ୍ୟକ୍ତ କରିଛନ୍ତି ଅନୀତା । ଅନେକ ଦିନ ପରେ ଜଣେ ଅମର ସେନାନୀଙ୍କୁ ଏପରି ସମ୍ମାନ ଦେବାକୁ ନେଇ ବେଶ ଉତ୍ସାହିତ । ହେଲେ ଏହାକୁ ନେଇ ବିରୋଧ ଉଠୁଥିବା ପ୍ରସଙ୍ଗକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ଏପରି ଏକ ଘଟଣାକୁ ନେଇ କାହିଁକି ବିରୋଧ ହେଉଛି ତାହାର କାରଣ ତ ସେ ଜାଣିନାହାଁନ୍ତି । କିନ୍ତୁ ଯଦି ବିରୋଧ କରୁଥିବା ଲୋକେ ଚହୁଁଛନ୍ତି ଯେ ପ୍ରତୀମା ଲାଗିବାକୁ ଥିବା ସ୍ଥାନ ଖାଲି ରହୁ ବୋଲି ତାହାର କୌଣସି ବିକଳ୍ପ ନାହିଁ । କେବଳ ଉପଯୁକ୍ତ ବ୍ୟକ୍ତିତ୍ୱର ପ୍ରତୀମାକୁ ହିଁ ଏହି ସ୍ଥାନରେ ଲାଗଯିବା ଉଚିତ ବୋଲିି ସେ ମତ ପ୍ରକାଶ କରିଛନ୍ତି । ନେତାଜୀଙ୍କ ବ୍ୟତୀତ କେବଳ ମହାତ୍ମା ଗାନ୍ଧୀଙ୍କ ପ୍ରତୀମା ହିଁ ସେଠାରେ ଲଗାଯିବାର ଯୋଗ୍ୟ ବୋଲି ଅନୀତା କହିଛନ୍ତି ।

ନିକଟରେ ନେତାଜୀଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କହିବାକୁ ନେଇ ଯେଉଁ ଚର୍ଚ୍ଚା ହୋଇଥିଲା ସେ ବାବଦରେ ପ୍ରଶ୍ନ କରାଯିବାରୁ ଅନୀତା କହିଥିଲେ ଯେ, ନେତାଜୀ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଥିଲେ । ସେ ସମୟରେ ଯିଏ କଂଗ୍ରେସର ଅଧ୍ୟକ୍ଷ ରହୁଥିଲେ ତାଙ୍କୁ ରାଷ୍ଟ୍ରପତିଙ୍କ ସମକକ୍ଷ ବୋଲି ମାନୁଥିଲେ । ଏହାଛଡା ନେତାଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ସବୁ ଦକ୍ଷତା ଥିଲା । ନେତାଜୀ ନେତୃତ୍ୱ ନେଇଥିଲେ ଏବେ ଭଳି ହିନ୍ଦୁତ୍ୱକୁ ନେଇ ବିବାଦ ଉଠିନଥାନ୍ତା ବୋଲି ଅନୀତା କହିଛନ୍ତି ।