ଅମର ଯବାନ ଜ୍ୟୋତି ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ଇଣ୍ଡିଆ ଗେଟ୍ ନିକଟରେ ନିର୍ମାଣ ହେବ ସୁଭାସ ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି

Advertisment
ଅମର ଯବାନ ଜ୍ୟୋତି ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ଇଣ୍ଡିଆ ଗେଟ୍ ନିକଟରେ ନିର୍ମାଣ ହେବ ସୁଭାସ ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି

କନକ ବ୍ୟୁରୋ : ଇଣ୍ଡିଆ ଗେଟ ନିକଟରେ ଅନବରତ ଜଳୁଥିବା ‘ଅମର ଯବାନ ଜ୍ୟୋତି’ ଲିଭାଇ ଦେବାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଇଣ୍ଡିଆ ଗେଟ୍ ନିକଟରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଭାରତ ସରକାର ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିରେ ଜଳୁଥିବା ମଶାଲକୁ ନ୍ୟାସନାଲ ୱାର ମେମୋରିଆଲ ସହିତ ମିଶାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ କଂଗ୍ରେସ ସମେତ ତମାମ୍ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ କରି କହିଛନ୍ତି କି “ଯେତେବେଳେ ସାରା ଦେଶ ନେତାଜୀଙ୍କର ୧୨୫ ତମ ଜନ୍ମ ଦିବସ ପାଳନ କରୁଛନ୍ତି ସେତେବେଳେ ମୋତେ କହିବାକୁ ଖୁସି ଲାଗୁଛି କି ଗ୍ରାନାଇଟରେ ନିର୍ମିତ ନେତାଜୀଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ ନିକଟରେ ସ୍ଥାପନା ହେବାକୁ ଯାଉଛି । ନେତାଜୀଙ୍କ ପ୍ରତି ଏହା ଦେଶବାସୀଙ୍କ କୃତଜ୍ଞତାର ପ୍ରତୀକ”

ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଯେତେବେଳ ପର୍ଯ୍ୟନ୍ତ ନେତାଜୀଙ୍କର ଭବ୍ୟ ମୂର୍ତ୍ତି ନିର୍ମାଣ ସରିନାହିଁ, ସେପର୍ଯ୍ୟନ୍ତ ଇଣ୍ଡିଆ ଗେଟ ନିକଟରେ ନେତାଜୀଙ୍କର ଏକ ପ୍ରତିକାତ୍ମକ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ ଠାରେ ରଖାଯିବ । ଏହାସହ ନେତାଜୀଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖରେ ଏହି ପ୍ରତିକାତ୍ମକ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ଅନାବରଣ କରିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe