ଗୋସାଇଁ ନୂଆଗାଁ ସରସ୍ୱତୀ ଶିଶୁମନ୍ଦିରରେ ନେତାଜୀ ଜୟନ୍ତୀ ପାଳିତ , ଉଭୟ ବୀର ପୁରୁଷଙ୍କ ଜୀବନୀ ବଖାଣିଲେ ଅତିଥି

131

କନକ ବ୍ୟୁରୋ : ସୋମବାର ଦିନ ଗୋସାଇଁ ନୂଆଗାଁ ଶିଶୁମନ୍ଦିର ପରିସରରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଛାତ୍ର ରାଜେଶ କୁମାର ପଣ୍ଡା ଉପସ୍ଥିତ ରହି ଉଭୟ ମହାପୁରୁଷଙ୍କ ଜୀବନୀକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ରବିନ୍ଦ୍ର କୁମାର ସାମନ୍ତରାୟ ନେତାଜୀଙ୍କ ଜୀବନ କାହାଣୀ ବଖାଣିବା ସହ ପୂର୍ବତନ ଛାତ୍ର ବାଦଲ କୁମାର ପାଣିଗ୍ରାହୀ ସ୍ୱାଧୀନତା ସଂଗ୍ରାମରେ ବୀର ସୁରନ୍ଦ୍ର ସାଏଙ୍କ ଭୂମିକା ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ସଭାପତି ପ୍ରଦୀପ କୁମାର ଦାସ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ମଧ୍ୟ ଯୋଗଦାନ କରିଥିଲେ ।

ବିଦ୍ୟାଳୟର ସହ ପ୍ରଧାନଚାର୍ଯ୍ୟ ପତିତପାବନ ଶତପଥି ସହ ଧନ୍ୟବାଦ ଦେବା ସହ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ନାରାୟଣ ପଣ୍ଡା ଅତିଥି ପରିଚୟ କରାଇଥିଲେ ।