ବାସନାର ଲାଳସାରେ ଅନ୍ଧ ହୋଇ ସମ୍ପର୍କ ଭୁଲିଗଲା ପୁତୁରା…ଖୁଡି ଦେଲେ ଉଚିତ୍ ଜବାବ୍ !

115

ସମାଜରେ ଦୁଷ୍କର୍ମର ଏତେ ସବୁ ନାରକୀୟ କାଣ୍ଡ ଘଟିବା ପରେ ମଧ୍ୟ ଲୋକଙ୍କର ମାନସିକତାରେ ପରିବର୍ତ୍ତନର ଝଲକ ଦେଖାଯାଉନାହିଁ । କାମ ବାସନାର କ୍ଷଣିକ ଲାଳସା ପାଇଁ ସମ୍ପର୍କୀୟଙ୍କୁ ଭୁଲିଯାଉଛି ଅବିବେକୀ ମଣିଷ । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଦୁର୍ଗାପୁରଠାରେ । ଏଠାରେ ମନୋଜ କୁମାର ନାମକ ଜଣେ ଯୁବକ ମଧ୍ୟରାତ୍ରୀର ଫାଇଦା ଉଠାଇ ନିଜ ଦାଦାଙ୍କ ଘରକୁ ପ୍ରବେଶ କରିଥିଲେ । ଘରେ ଏକୁଟିଆ ଅବସ୍ଥାରେ ଥିବା ଖୁଡିଙ୍କୁ ସେ ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫଳ ହେଲା ଓଲଟା । କିଛି ସମୟ ପର୍ଯ୍ୟନ୍ତ ଖୁଡିଙ୍କ ଆକଟ ପରେ ମଧ୍ୟ ପୁତୁରାର ଅମାନବିକତା କମ୍ ନ ହେବାରୁ ବାଧ୍ୟ ହୋଇ ପୀଡିତା ଜଣକ ଚାକୁରେ ପୁତୁରାର ଯୌନାଙ୍ଗ କାଟିବାକୁ ବାଧ୍ୟ ହୋଇଥିଲେ ଏବଂ ପୋଲିସକୁ ଫୋନ୍ କରି ସବୁ କଥା ଜଣାଇଥିଲେ । ପୋଲିସ ଅଭିଯୁକ୍ତକୁ ଡାକ୍ତରଖାନାକୁ ନେଇଥିବା ବେଳେ ଅଭିଯୁକ୍ତର ଅବସ୍ଥା ଗୁରୁତର ରହିଛି । ସୁସ୍ଥ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।