କନକ ବ୍ୟୁରୋ: ମାମୁଁଘରକୁ ବୁଲିବାକୁ ଆସି ଦୁଇବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଂଚାୟତର ଶଙ୍କରପୁର ଗାଁରୁ । ଗାଁକୁ ନିକଟସ୍ଥ ମଙ୍ଗଳପୁରରୁ କହ୍ନେଇଲାଲ ଭୋଇଙ୍କ ପୁଅ ସୌମ୍ୟରଞ୍ଜନ ନିଜ ମାଙ୍କ ସହିତ ମାମୁଁଘର ଶଙ୍କରପୁରକୁ ଆସିଥିଲେ । ଆଉ ରବିବାରଦିନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଛନ୍ତି । ପୁଅକୁ ଖୋଜାଖୋଜି ପରେ ନପାଇବାରୁ ଘର ଲୋକେ ନିକଟସ୍ଥ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି । ପୁଲିସ ନିକଟସ୍ଥ ଅଂଚଳର ସିସିଟିଭି ଯାଂଚ କରୁଛି ।
ମାମୁଁଘରକୁ ଆସି ହଜିଗଲା ଭଣଜା: ଗାଁ ଦାଣ୍ଡରେ ଖେଳୁଥିବାବେଳେ ୨ ବର୍ଷର ଶିଶୁ ପୁତ୍ର ନିଖୋଜ
/kanak/media/post_attachments/wp-content/uploads/2021/11/49-1.jpg)