କନକ ବ୍ୟୁରୋ: ମାମୁଁକୁ ଗୋଡାଇ ଗୋଡାଇ ହାଣିଲା ନିର୍ଦ୍ଦୟ ଭଣଜା । ଜମି ଜମା ବିବାଦକୁ ନେଇ ମାମୁକୁ ଆକ୍ରମଣ କରିଛି ନିଜ ଭଣଜା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ଆଂଟ ସାହିରେ । ଜମି ବିବାଦକୁ ନେଇ ଭଣଜା ଓ ମାମୁଙ୍କ ପରିବାର ପରସ୍ପରକୁ ଆକ୍ରମଣ କରିଛନ୍ତି । ଏଥିରେ ମାମୁଁ ଓ ତାଙ୍କର ଦୁଇ ପୁ୍ଅ ସମେତ, ଭଣଜାର ସ୍ତ୍ରୀ ଓ ପିଲା ଆହତ ହୋଇଛନ୍ତି । ଆହତଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମାମୁଁ ଆଲ୍ଲାଉଦ୍ଦିନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ଅଧିକ ତଦନ୍ତ ଆରମ୍ଭ କରିଛି ।