ନେପାଳର ସାହସୀ ଗୋର୍ଖା ସୈନିକମାନେ ୟୁକ୍ରେନରେ ରୁଷ ପକ୍ଷରୁ ଲଢେଇ କରୁଛନ୍ତି । ନେପାଳର ଏହି ସୈନିକମାନେ ଉପଯୁକ୍ତ ଟଙ୍କା ପାଉନାହାଁନ୍ତି କିମ୍ବା ଜୀବନ ହରାଇବା ପରେ ମଧ୍ୟ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇ ପାରୁନାହିଁ । ଏହି କାରଣରୁ ସେମାନଙ୍କ ପରିବାର ଚିନ୍ତାରେ ଅଛନ୍ତି ।

Advertisment

ଭାରତୀୟ ସେନାର 'ଅଗ୍ନିବୀର' ଚାକିରି ଛାଡି ନେପାଳର ଗୋର୍ଖା ସୈନିକମାନେ ଏବେ ରୁଷ-ୟୁକ୍ରେନ ଯୁଦ୍ଧରେ ଲଢୁଛନ୍ତି ।

ଏହି ଗୋର୍ଖାମାନେ ସେଠି ବହୁ ସଂଖ୍ୟାରେ ପ୍ରାଣ ହରାଉଛନ୍ତି କିନ୍ତୁ ସେମାନଙ୍କୁ ନିଜ ଦେଶରେ ଦାହସଂସ୍କାର ପାଇଁ ଚାରି ହାତ ଭୂମି ମଧ୍ୟ ଭାଗ୍ୟରେ ନାହିଁ ।

ଗୋର୍ଖା ସୈନିକକମାନେ ବହୁ ଦଶନ୍ଧି ଧରି ଭାରତୀୟ ସେନାର ଗର୍ବ ହୋଇଆସୁଥିଲେ ଏବଂ ସେମାନଙ୍କର ସାହସିକତା ପାଇଁ ସେମାନେ ବେଶ ଜଣାଶୁଣା ।

କାଠମାଣ୍ଡୁ: ଭାରତୀୟ ସେନାର 'ଅଗ୍ନିବୀର' ଚାକିରି ଛାଡି ରୁଷ-ୟୁକ୍ରେନ ଯୁଦ୍ଧରେ ନେପାଳର ଗୋର୍ଖା ସୈନିକକମାନେ ବହୁ ସଂଖ୍ୟାରେ ପ୍ରାଣ ହରାଉଛନ୍ତି କିନ୍ତୁ ନିଜ ଦେଶରେ ଦାହସଂସ୍କାର ପାଇଁ ସେମାନଙ୍କୁ ଚାରିହାତ ଭୂମି ମଧ୍ୟ ତାଙ୍କ ଭାଗ୍ୟରେ ଲେଖାନାହିଁ ।  ଏହି ଗୋରଖା ସୈନିକକମାନେ ବହୁ ଦଶନ୍ଧି ଧରି ଭାରତୀୟ ସେନାର ଗର୍ବ ହୋଇଆସୁଥିଲେ ଏବଂ ସେମାନଙ୍କର ସାହସିକତା ପାଇଁ ସାରା ବିଶ୍ୱରେ ଜଣାଶୁଣା ।

ନେପାଳରେ ସୁଯୋଗ ଅଭାବ, ଭାରତୀୟ ସେନାର ଅଗ୍ନିବୀର ଚାକିରୀକୁ ପ୍ରତ୍ୟାଖ୍ୟାନ କରିଥିବା ଏହି ଗୋର୍ଖା ସୈନିକକମାନେ ବର୍ତ୍ତମାନ ରୁଷ ସେନା ପକ୍ଷରୁ ୟୁକ୍ରେନରେ ଯୁଦ୍ଧ କରୁଛନ୍ତି । ଅନେକ ମାସର ଯୁଦ୍ଧ ପରେ ବର୍ତ୍ତମାନ ସେମାନଙ୍କୁ ଏଇଆ କହି ଯୁଦ୍ଧକ୍ଷେତ୍ରରୁ ବାହାର କରିଦିଆଯାଉଛି  ଯେ ସେମାନେ ଯୁଦ୍ଧ କରି ଜାଣନ୍ତି ନାହିଁ ।

ସେମାନେ  ଯେଉଁ ଅର୍ଥ ଲୋଭରେ ପ୍ରଲୋଭିତ ହୋଇ ରୁଷ ଯାଇଥିଲେ ତାହା ମଧ୍ୟ ସେମାନେ ଠିକ ଭାବେ ପାଇପାରୁ ନାହାଁନ୍ତି । କେବଳ ଏତିକି ନୁହେଁ, ଯୁଦ୍ଧରେ ନିହତ ହେବା ପରେ ମଧ୍ୟ ସେମାନଙ୍କ ମରଶରୀର ମଧ୍ୟ ନେପାଳ ଆସି ପାରୁନାହିଁ । ସେମାନଙ୍କୁ ସେଇ ବିଦେଶ ମାଟିରେ କବର ଦିଆଯାଉଛି ।  ୟୁରାସିଆ ଟାଇମ୍ସର ରିପୋର୍ଟ ଅନୁଯାୟୀ ନେପାଳର ପରିବାରମାନେ ନିଜ ପରିଜନଙ୍କ ଶବକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ କୌଣସି ଫଳ ମିଳିପାରୁନାହିଁ । କାଠମାଣ୍ଡୁରେ ରହୁଥିବା ଶାନ୍ତାଙ୍କୁ ରୁଷ ସେନା ଖବର ଦେଲା କି ତାଙ୍କ ଭାଇ ଯୁଦ୍ଧରେ ମୃତ୍ୟୁ ବରଣ କରିଛନ୍ତି ଏବଂ ସେଠାରେ ତାଙ୍କୁ କବର ଦିଆଯାଇଛି । ଶାନ୍ତା ଚାହୁଁଥିଲେ ତାଙ୍କ ଭାଇର  ମୃତଦେହ ରୁଷରୁ ଫେରାଇ ଆଣିବାକୁ କିନ୍ତୁ ସେ ସଫଳତା ପାଇପାରିଲେ ନାହିଁ ।

ୟୁକ୍ରେନ ସେନା ଦ୍ଵାରା ବନ୍ଦୀ ନେପାଳୀ ଗୋର୍ଖା

ଅନ୍ୟପକ୍ଷରେ, ଅନେକ ଗୋରଖା ସୈନିକଙ୍କୁ ୟୁକ୍ରେନ ସେନା ଦ୍ୱାରା ବନ୍ଦୀ କରାଯାଇଛି । ୟୁକ୍ରେନର ଗୃହମନ୍ତ୍ରୀଙ୍କ ଜଣେ ପରାମର୍ଶଦାତା ଏପରି ଏକ  ନେପାଳୀ ଗୋର୍ଖା କାବୁ କରିବାର ଏକ ଭିଡିଓ ଜାରି କରିଛନ୍ତି । ଏହି ଗୋର୍ଖାମାନେ ରୁଷ ପକ୍ଷରୁ ଯୁଦ୍ଧ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେଙ୍କର ନାମ ବିବେକ ଖତ୍ରି  ଏବଂ ସେ ବାରାଡିଆ ନେପାଳର ବାସିନ୍ଦା ଅଟନ୍ତି । ବିବେକ ଖତ୍ରି  ଏକ ଭିଡିଓ ଜାରି କରି କହିଛନ୍ତି, 'ମୋ ପରିବାର ବହୁତ ଅସୁବିଧାରେ ଅଛନ୍ତି। ମୋ ମା କାମ କରିପାରନ୍ତି  ନାହିଁ । ଆମକୁ ଅର୍ଥର ବହୁତ ଆବଶ୍ୟକତା ଥିଲା ଏବଂ ସେଥିପାଇଁ ମୁଁ ରୁଷ ସେନାରେ ଯୋଗ ଦେଲି । ବିବେକ କହିଛନ୍ତି ଯେ ତାଙ୍କର ଜଣେ ବନ୍ଧୁଙ୍କ କଥାରେ ସେ ରୁଷ ସେନାରେ ଯୋଗଦେଇଥିଲେ । ବିବେକ ୟୁକ୍ରେନ ଅଧିକାରୀଙ୍କୁ କହିଛନ୍ତି ଯେ ସେ ଜଣେ ସଫଳ ବ୍ୟକ୍ତି ହେବାକୁ ଚାହୁଁଥିଲେ ତେଣୁ ରୁଷସେନାରେ ଯୋଗ ଦେଇଛନ୍ତି । ନେପାଳୀ ଗଣମାଧ୍ୟମ ଅନୁଯାୟୀ, ବିବେକ ଏକ ଗରିବ ପରିବାରର। ବିବେକଙ୍କ ମା ପକ୍ଷାଘାତ ହୋଇ ଶଯ୍ୟାଶାୟୀ । ନେପାଳରେ ଚାକିରି ନ ମିଳିଲା ପାରେ ସେ ରୁଷ ଯାଇଥିଲେ । ଏବେ ୟୁକ୍ରେନ ତାଙ୍କୁ ବନ୍ଦୀ କରିନେଇଛି । ବର୍ତ୍ତମାନ ବିବେକଙ୍କ ମା ତାଙ୍କୁ ମୁକ୍ତ କରିବା ପାଇଁ ୟୁକ୍ରେନ ସରକାରଙ୍କୁ ନିବେଦନ କରୁଛନ୍ତି।

ନେପାଳ ବ୍ୟତୀତ ଅନେକ ଦେଶର ଯୁବକମାନେ ଏହି ଯୁଦ୍ଧରେ ଯୋଗ ଦେଇଛନ୍ତି । ଅନେକ ନେପାଳୀ ଯୁଦ୍ଧରେ ଆହତ ହେଉଛନ୍ତି ଏବଂ ସେମାନଙ୍କ ପରିବାର ସେମାନଙ୍କୁ ନେପାଳକୁ ଫେରାଇ ଆଣିବାକୁ ସଂଘର୍ଷ କରୁଛନ୍ତି । ରୁଷ ସେନା ସେମାନଙ୍କୁ କୌଣସି ସାହାଯ୍ୟ କରୁନାହାଁନ୍ତି ।  ଏହି ସୈନିକକମାନଙ୍କ ମଧ୍ୟରୁ ଅନେକ ହିନ୍ଦୁ ଅଟନ୍ତି କିନ୍ତୁ ସେମାନଙ୍କୁ କବର ଦିଆଯାଉଛି ଯେଉଁଥିପାଇଁ ସେମାନଙ୍କ ପରିବାର ସଦସ୍ୟ ଅସନ୍ତୁଷ୍ଟ ହେଉଛନ୍ତି ।  ଏହି ଯୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନେ ରୁଷ ସେନାଠାରୁ ସେମାନେ ମାତ୍ର ୭୫୦ ଡଲାର ପାଉଛନ୍ତି ।