କରୋନା କଟକଣା ଓ ସୀମା ବିବାଦ ଭିତରେ ବିବାହ: ବିଦେଶୀନିଙ୍କ ହାତ ଧରିଲେ ଓଡିଆ ଯୁବକ; ନେପାଳରୁ ବାଲେଶ୍ୱର ଭାୟା ମୁମ୍ବାଇ

ସଙ୍ଗରୋଧରେ ରହିବା ପରେ ବୋହୁ ସାଜିଲେ ନେପାଳ ଯୁବତୀ

240

କନକ ବ୍ୟୁରୋ: ପ୍ରେମ ଆଗରେ ହାର ମାନିଲା ଲକଡାଉନ୍ କଟକଣା ଓ ସୀମା ବିବାଦ । ବିଦେଶୀନିଙ୍କ ହାତ ଧରିଲେ ଓଡିଆ ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ୍ ଗୋଲିହା ଗାଁର କ୍ଷିରୋଦ, ମୁମ୍ବାଇରେ କାମ କରୁଥିବା ବେଳେ ନେପାଳୀ ଯୁବତୀ ପ୍ରଣିତା ବିସ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିିଲା । ଯୁବତୀ ଜଣକ ମୁମ୍ବାଇରେ ନିଜ ଭଉଣୀଙ୍କ ପାଖରେ ରହୁଥିଲେ । ମାର୍ଚ୍ଚ ମାସରେ ଲକଡାଉନ୍ ପରେ କ୍ଷିରୋଦ ଘରକୁ ଆସିବାକୁ ବ୍ୟଗ୍ର ହୋଇଥିଲେ ।

ହେଲେ ପ୍ରେମିକାଙ୍କୁ ନେଇ ଦୋଛକିରେ ପଡିଯାଇଥିଲେ । ମେ ମାସ ବେଳକୁ ଭାରତ ଓ ନେପାଳ ସୀମା ବିବାଦକୁ ନେଇ ତିକ୍ତତା ଆରମ୍ଭ ହୋଇଯିବା ପରେ କ୍ଷିରୋଦଙ୍କ ଅଡୁଆ ଆହୁରି ବଢିଯାଇଥିଲା । ପ୍ରଣିତାଙ୍କ ଭଉଣୀ ଓ ଭିଣୋଇ ନେପାଳ ଚାଲିଯାଇଥିଲେ ମଧ୍ୟ ପ୍ରଣିତା , କ୍ଷିରୋଦଙ୍କୁ ଛାଡିନଥିଲେ । ଏହାପରେ କ୍ଷିରୋଧ ପ୍ରଣିତାଙ୍କୁ ନେଇ ନିଜ ଗାଁକୁ ଆସିଥିଲେ । ହେଲେ ବାହାରୁ ଆସିଥିବାରୁ ଉଭୟ ଗାଁରେ ସଙ୍ଗରୋଧରେ ରହିଥିଲେ । ଶେଷରେ ଖଇରା ଥାନା ଅଧିକାରୀ ଓ ବିଡିଓଙ୍କ ପରାମର୍ଶରେ ଉଭୟ ସଙ୍ଗରୋଧ କେନ୍ଦ୍ର ନିକଟ ଚଣ୍ଡି ମନ୍ଦିରରେ ବିବାହ କରିଥିଲେ ।