ନେପାଳର ଏକ ଗାଁ ଯେଉଁଠି ସମସ୍ତ ଲୋକ ବିକ୍ରି କରିସାରିଛନ୍ତି ନିଜର କିଡନୀ : ଆସନ୍ତୁ ଜାଣିବା ଏହା ପଛର କାରଣ ବିଷୟରେ

68

ନେପାଳର ଏହି ଗାଁର ପାଖାପାଖି ସମସ୍ତ ଲୋକ ନିଜ ନିଜର କିଡନୀ ‘ମାନବ ଅଙ୍ଗ ର ଦଲାଲ’ଙ୍କ ହାତରେ ବିକ୍ରି କରିସାରିଛନ୍ତି । ଏହି ଗାଁର ନାଁ ହେଉଛି ହୋକସେ । ଏହାକୁ ‘କିଡନୀ ବେଲି’ ମଧ୍ୟ କୁହାଯାଏ । ଅଧିକାଂଶ ଲୋକ ଘର କିଣିବା ନାଁରେ କିଡନୀ ବିକ୍ରି କରିଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ଘର ନେପାଳରେ ଆସିଥିବା ଭୁମିକମ୍ପରେ ବର୍ବାଦ ହୋଇଯାଇଥିଲା । ଆସନ୍ତୁ ଜାଣିବା ଏହା ବିଷୟରେ ।

କୁହାଯାଏ କି କାଠମାଣ୍ଟୁରୁ ମାନବ ଅଙ୍ଗର ଦଲାଲ ଏଠାକୁ ଆସି ଲୋକଙ୍କୁ କିଡନୀ ବିକ୍ରି କରିବାକୁ ପ୍ରବର୍ତ୍ତାଇ ଥିଲେ । ଏବଂ କହିଲେ କି ତାଙ୍କ ଶରୀରରେ ପୁଣି ଥରେ କିଡନୀ ତିଆରି ହୋଇଯିବ । ମିଡିଆରେ ୨୦୧୫ରେ ମଧ୍ୟ ଏହି ଗାଁ ବିଷୟରେ ଏକ ରିପୋର୍ଟ ଆସିଥିଲା । ସେତେବେଳେ ରିପୋର୍ଟରେ କୁହାଯାଇଥିଲା କି କେତେକ ଲୋକଙ୍କୁ ଭାରତକୁ ଆଣି ତାଙ୍କ କିଡନୀ ବାହାର କରିନିଆଯାଇଥିଲା । ଏହା ବଦଳରେ ତାଙ୍କୁ ପାଖାପାଖି ୧ ଲକ୍ଷ ଟଙ୍କା ଦିଆଯାଇଥିଲା ।

ଆପଣଙ୍କୁ ଜଣାଇଦେଉଛୁ ଯେ, ନିକଟରେ ଚୀନ ମାନବ ଅଙ୍ଗଗୁଡିକର ଦଲାଲଙ୍କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ଯାଉଛି । ବିଗତ ବର୍ଷରେ ଏହାକୁ ନେଇ ୨୦୦ ଜଣଙ୍କୁ ଗିରଫ କରାଯାଇଥିଲା ଓ ୧୦୦ ପୀଡିତଙ୍କୁ ଚୀନ ମୁକ୍ତ କରିଥିଲା ।