କନକ ବ୍ୟୁରୋ : ଭୂକମ୍ପରେ ଥରିଉଠିଲା ନେପାଳରେ । ୬.୪ ତୀବ୍ରତାରେ ଥରି ଉଠିଲା ନେପାଳ । ପ୍ରାଥମିକ ସୂଚନା ଆଧାରରେ ଏବେ ସୁଦ୍ଧା ୭୦ରୁ ଅଧିକ ନେପାଳରେ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଆହୁରି ବଢିବ ବୋଲି ସୂଚନା ରହିଛି । ଅନେକ ଘର ମଧ୍ୟ ଦବି ଯାଇଛି । ଅନେକ ଲୋକ ଏହି ସବୁ ଘର ତଳେ ଚାପି ହୋଇ ରହିଥିବା ସୂଚନା ରହିଛି ।
ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ନେପାଳର କାଠମାଣ୍ଡୁ ଠାରୁ ୩୩୧ କିଲୋମିଟର ଉତର-ପଶ୍ଚିମରେ ୧୦ କିଲୋମିଟର ଭୂତଳରେ ଥିଲା । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ୨୦୧୫ ରେ ନେପାଳରେ ୭.୮ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଏଥିରେ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ପ୍ରାୟ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/553b693c1147d.jpg)