କନକ ବ୍ୟୁରୋ: ନେପାଳରେ ନିଖୋଜ ବିମାନର ମିଳିଲା ପତ୍ତା । ନେପାଳ ମୁସ୍ତାଙ୍ଗ ଜିଲ୍ଲା କୋଆଙ୍ଗ ଅଞ୍ଚଳରେ ବିମାନର ଭଗ୍ନାବଶେଷ । ଦୁର୍ଘଟଣାଗ୍ରସ୍ତ ହୋଇ ଲାମଚେ ନଦୀ ମୁହାଁଣରେ ବିମାନ ପଡିଥିବା ସୂଚନା ମିଳିଛି । ନେପାଳରେ ଦୁର୍ଘଟଣାରେ ଶିକାର ହୋଇଥିବା ବିମାନରେ ଥିଲେ ୪ ଓଡିଆ । ଏହି ବିମାନରେ କିଛି ଓଡିଆ ମଧ୍ୟ ଯାତ୍ରା କରୁଥିବା ଜଣାପଡିଛି ଏବଂ ସମସ୍ତେ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ଏନେଇ ତାଙ୍କ ପରିବାରକୁ ଟ୍ରାଭେଲ ଏଜେନ୍ସି ତରଫରୁ ସୂଚନା ଦିଆଯାଇଛି ।

Advertisment

publive-image

ନେପାଳରେ ନିଖୋଜ ହୋଇଛି ଘରୋଇ ବିମାନ ତାରା ୯-ଏନଏଫଟି । ବିମାନରେ ୧୯ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ସହ ୨୨ ଜଣ ଥଲେ । ନେପାଳର ପୋଖରାରୁ ଜମସମକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ସକାଳ ପ୍ରାୟ ୯ଟା ୫୦ରେ ବିମାନଟି ପୋଖରାରୁ ଉଡାଣ ଭରିଥିଲା । କିନ୍ତୁ ଉଡାଣ ଭରିବାର କିଛି ସମୟ ପରେ ଯୋଗାଯୋଗ ବିଛିନ୍ନ ହୋଇଥିଲା ।