କେରଳରୁ ଯାଇ ନେପାଳରେ ମୃତ । ରୁମ୍ ହିଟରରେ ଶ୍ୱାସ ରୁଦ୍ଧ ହୋଇ ନେପାଳର ରିସର୍ଟରେ ୮ପର୍ଯ୍ୟଟକଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ପରେ ଆସନ୍ତାକାଲି ସ୍ୱଦେଶ ଆସିବ ପର୍ଯ୍ୟଟକଙ୍କ ଶବ ।

608

କନକ ବ୍ୟୁରୋ: କେରଳର ୮ପର୍ଯ୍ୟଟକଙ୍କ ମୃତଦେହ ନେପାଳରୁ ଉଦ୍ଧାର । ନେପାଳର ଦମନରେ ଥିବା ଏକ ରିସର୍ଟରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଅତ୍ୟଧିକ ଥଣ୍ଡା କାରଣରୁ ଗ୍ୟାସ ହିଟର ଚଳାଇ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ, ଜଣେ ମହିଳା ଓ ୫ଜଣ ନାବାଳକ ଅଛନ୍ତି ।

ସୂଚନା ମୁତାବକ, ୧୫ଜଣିଆ ଗ୍ରୁପରେ ଏମାନେ କେରଳରୁ ନେପାଳର ପୋଖରାକୁ ବୁଲିବା ପାଇଁ ଯାଇଥିଲେ । ଆଜି ଶବର ପୋଷ୍ଟ ମର୍ଟମ କରାଯିବା ପରେ ଆସନ୍ତାକାଲି ଏହି ଶବଗୁଡିକୁ ଭାରତ ଅଣାଯିବ । ମୃତକଙ୍କ ମଧ୍ୟରେ ୩୮ବର୍ଷିୟ ପ୍ରବୀଣ କୃ୍େଣ ନାରାୟଣ, ୩୫ବର୍ଷୀୟା ଶାରଣ୍ୟ ଶଶୀ, ୩୪ବର୍ଷୀୟ ରଂଜିତ କୁମାର,ଓ ଅନ୍ୟ ୩ଜଣ ନାବାଳକ ଓ ନାବାଳିକାଙ୍କ ବୟସରୁ ୯ବର୍ଷରୁ କମ୍ ରହିଛି ।

ସେପଟେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ନେପାଳ ସ୍ଥିତ ଭାରତୀୟ ଦୂତାବାସ ଘଟଣା ଉପରେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏହାସହ ଦୂତାବାସ ଅଧିକାରୀ ହସ୍ପିଟାଲରେ ଉପସ୍ଥିତ ରହି ସମସ୍ତ ସୁବିଧା ଯୋଗାଇ ଦେଉଥିବା କହିଛନ୍ତି ବିଦେଶ ମନ୍ତ୍ରୀ । ପର୍ଯ୍ୟଟକଙ୍କୁ ଆଜି ସକାଳୁ ତାଙ୍କ କୋଠରିରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ହେଲିକପ୍ଟ ଯୋଗେ ତାଙ୍କୁ କାଠମାଣ୍ଡୁ ଅଣାଯାଇଥିଲା ଏବଂ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।