କନକ ବ୍ୟୁରୋ: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ୪ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଗୁରୁବାର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ବୈଠକରେ ସେ ଶକ୍ତି, ବ୍ୟବସାୟ, ଯୋଗଯୋଗ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ନେପାଳର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର କିଛି ସମୟ ପୂର୍ବରୁ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ନାଗରିକତା ଆଇନକୁ ନେଇ ଏକ ବିବାଦୀୟ ସଂଶୋଧନକୁ ଅନୁମୋଦନ କରିଛନ୍ତି । ଏଥିରେ ନେପାଳୀଙ୍କୁ ବିବାହ କରୁଥିବା ବିଦେଶୀଙ୍କୁ ରାଜନୈତିକ ଅଧିକାର ସହ ତୁରନ୍ତ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।
ଚୀନ ଲଗାତର ଭାବେ ଏହି ଆଇନକୁ ବିରୋଧ କରିଆସୁଛି । ନେପାଳର ଏଭଳି ପଦକ୍ଷେପରେ ଚୀନ ନାରାଜ ହୋଇପାରେ । ଏହିଭଳି ପରିସ୍ଥିତିରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅନେକ ମହତ୍ତ୍ୱ ରଖୁଛି । ୨୦୨୨ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଚଣ୍ଡଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Capture-222.jpg)