କନକ ବ୍ୟୁରୋ : ନେପାଳ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓ ପୂର୍ବ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବାଙ୍କ ମଧ୍ୟରେ ମେଣ୍ଟ କରି ୧୫ ମାସ ଧରି ଚାଲିଥିବା ସରକାର ଏବେ ଭାଙ୍ଗିଯାଇଛି । ମେଣ୍ଟ ଭାଙ୍ଗିଥିବା ନେଇ ନିଜେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଘୋଷଣା କରିଛନ୍ତି । ଏହା ପରେ ପ୍ରଚଣ୍ଡ କେପି ଓଲିଙ୍କ ସହ ମେଣ୍ଟ କରି ସରକାର ଗଠନ କରିବେ ବୋଲି ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ସୁରେନ୍ଦ୍ର ପାଣ୍ଡେଙ୍କ ମୁତାବକ ସୋମବାର ଦିନ ନୂଆ ପରିଷଦର ନେତା ଶପଥ ନେଇପାରନ୍ତି ।

Advertisment

କିଛିଦିନ ହେବ ପ୍ରଚଣ୍ଡ ଓ ଶେର ବାହଦୁରଙ୍କ ନେତାଙ୍କ ମଧ୍ୟରେ ସଂପର୍କ ଠିକ୍ ନଥିଲା । ଏହି କାରଣରୁ ୧୫ ମାସ ଧରି ଚାଲିଥିବା ମେଣ୍ଟ ସରକାର ଭାଙ୍ଗିଯାଇଛି । ଏହାସହ ଏହି ମେଣ୍ଟ ଭାଙ୍ଗିବା ପଛରେ ଚୀନର ହାତ ଥିବା କଥା ମଧ୍ୟ ଆଲୋଚନା ହେଉଛି ।

ଚୀନକୁ ନେଇ ଆଲୋଚନା ହେଉଛି କି, ଚୀନ ରାଜଦୂତ ନେପାଳରେ ବାମପନ୍ଥୀ ଏକତା ଉପରେ ଜୋର ଦେଉଛନ୍ତି । ବାହାଦୁର ଦେଓବାଙ୍କୁ ବିଶେଷ ଭାବେ ଭାରତର ସମର୍ଥକ ବୋଲି କୁହାଯାଏ । ସେପଟେ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା କେପି ଓଲି ଜଣେ ଚୀନ ସମର୍ଥକ । ଏହି କାରଣରୁ ସି ଜିନପିଙ୍ଗ କେପି ଓଲିଙ୍କୁ କ୍ଷମତାକୁ ଫେରାଇଆଣିବାକୁ ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।