ନକ୍ସା ବିବାଦ ପରେ ନେପାଳର ଉର୍ଚ୍ଚଅଧିକାରୀଙ୍କ ପ୍ରଥମ ଭାରତ ଗସ୍ତ । ବିଦେଶମନ୍ତ୍ରୀ ପ୍ରଦୀପ ଜବାଲି ଆଜି ଦିଲ୍ଲୀରେ ପହଂଚିବା ନେଇ ସୂଚନା । ଭ୍ୟାକସିନ୍ ଓ ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା ।

112

କନକ ବ୍ୟୁରୋ : ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ ଜବାଲୀ ଆଜି ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଂଚିବା କଥା ସୂଚନା ମିଳିଛି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମାଓଲିଙ୍କ ବିଶେଷ ବାର୍ତ୍ତାବାହକ କୁହାଯାଉଥିବା ପ୍ରଦୀପ ଜବାଲୀ ଆଜି ଦିଲ୍ଲୀରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ।

ଏହାପରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଂକରଙ୍କ ସହିତ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମିଳିତ କମିଶନ ବୈଠକରେ ଜବାଲୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଦ୍ୱିପାକ୍ଷୀକ ବୈଠକରେ ଭାରତ ତରଫରୁ ନେପାଳର ସାର୍ବଜନିକ ବିକାଶ ପାଇଁ ନିଆଯାଇଥିବା ଯୋଜନା ସହ ଅନ୍ୟ କିଛି କାମ ଉପରେ ସମୀକ୍ଷା କରାଯିବ । ଏହାସହ ଜବାଲୀ ଭାରତ ଆସିବାର ମୁଖ୍ୟ ଉର୍ଦ୍ଦେଶ୍ୟ କରୋନା ଟିକା ନେବା ଉପରେ ବି ଆଲୋଚନା ହୋଇପାରେ । ବିଦେଶମନ୍ତ୍ରୀ ପ୍ରଦୀପ ଜମାଲୀଙ୍କ ସହ ଭାରତ ଭ୍ରମଣରେ ଆସୁଛନ୍ତି ନେପାଳର ସ୍ୱାସ୍ଥ୍ୟ ସଚିବ । ଯିଏ କି କରୋନା ଟିକା ଉପରେ ହେବାକୁ ଥିବା ଚୁକ୍ତି ଉପରେ ସ୍ୱାକ୍ଷର କରି ପାରିନ୍ତି ବୋଲି ଅନୁମାନ କରାଯାଇଛି ।

ନେପାଳ ଭାରତରୁ ୧ କୋଟି ୨୦ ଲକ୍ଷ ଟିକା ନେବାକୁ ଅନୁରୋଧ କରିଛି । କହିରଖୁ କି କିଛିଦିନ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଆଶ୍ୱାସନା ଦେଇଥିଲେ କି କରୋନା ଟିକା ପ୍ରସ୍ତୁତ ହେବା ପରେ ନେପାଳ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଉପଲବ୍ଧ କରାଇବେ ।

ଭାରତ ଆସିବା ପୂର୍ବରୁ ପ୍ରଦୀପ ଜବାଲୀ ସଂକେତ ଦେଇଥିଲେ କି ଦ୍ୱିପାକ୍ଷୀକ ଆଲୋଚନାରେ ନେପାଳ ଦ୍ୱାରା ଜାରି କରାଯାଇଥିବା ରାଜନୈତିକ ନକ୍ସା ଉପରେ ସେ ଆଲୋଚନା କରିବେ । କଳାପାଣି, ଲିପୁଲେକ୍ ଓ ଲିମ୍ବିୟାଧୁରା ଉପରେ ସେ ଦାବି କରିବେ । ମାତ୍ର ତାଙ୍କର ଏଭଳି ଦାବିକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତ ତରଫରୁ କୁହାଯାଇଛି କି ଭାରତୀୟ ସୀମାକୁ ନେଇ ନେପାଳ ଯେଭଳି ନକ୍ସା ପ୍ରସ୍ତୁତ କରିଛି ତାହାକୁ ଭାରତ ଗ୍ରହଣ କରିବା ସମ୍ଭବ ନୁହେଁ ।