କରୋନା ଭୂତାଣୁ ଆତଙ୍କ : ଚୀନକୁ ସହାୟତାର ହାତ ବଢାଇଲା ନେପାଳ, ପଠାଇଲା ୧ ଲକ୍ଷ ମାସ୍କ

539

କନକ ବ୍ୟୁରୋ : ଚୀନରେ ବଢୁଥିବା କରୋନା ଭୂତାଣୁ ସ୍ଥିତି ସାରା ବିଶ୍ୱକୁ ଚକିତ କଲାଣି । ଏପରି ସ୍ଥିତିରେ ଚୀନର ପଡୋଶୀ ଦେଶ ନେପାଳ ବଢାଇଛି ସହାୟତାର ହାତ । ଚୀନକୁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ । ସାଧାରଣତଃ ବାୟୁଜନିତ ସଂକ୍ରମଣରେ ଏହା ଅଧିକ ତୀବ୍ର ବେଗରେ ବ୍ୟାପୁଥିବାରୁ ସମସ୍ତ ଲୋକଙ୍କୁ ପ୍ରଥମେ ମାସ୍କ ବ୍ୟବହାର କରିବା ଜରୁରୀ ହୋଇପଡିଛି ।

ଚୀନରେ ଏବେ ଘରୁ ବାହାରିବା ପୁରା ମନା କରାଯାଇଛି । ଏପରି ସ୍ଥିତିରେ ଚୀନର ଲୋକଙ୍କ ବ୍ୟବହାର ପାଇଁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ ।

Comments are closed.