ନେପାଳରେ ବନ୍ୟା ସ୍ଥିତି ଗମ୍ଭୀର ! ୨ ଦିନରେ ୬୦ଜଣଙ୍କ ଜୀବନ ନେଲାଣି ବର୍ଷା, ଶତାଧିକ ଲୋକ ନିଖୋଜ

Advertisment
ନେପାଳରେ ବନ୍ୟା ସ୍ଥିତି ଗମ୍ଭୀର ! ୨ ଦିନରେ ୬୦ଜଣଙ୍କ ଜୀବନ ନେଲାଣି ବର୍ଷା, ଶତାଧିକ ଲୋକ ନିଖୋଜ

source : google

କନକ ବ୍ୟୁରୋ : ତାଣ୍ଡବ ରଚୁଛି ବର୍ଷା । ପ୍ରବଳ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଲୋକେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନେପାଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ବିଗତ ୨ ଦିନ ମଧ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ନିଖୋଜ ଅଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୦ ଅତିକ୍ରମ କରିଥିବା ବେଳେ ଲକ୍ଷାଧିକ ଲୋକ ପାଣିଘେରରେ ଥିବା ଜଣାପଡ଼ିଛି। ଗତ ଗୁରୁବାରଠାରୁ ନେପାଳରେ ଲଗାଣ ବର୍ଷା ଯୋଗୁଁ ଦେଶର ୭୭ଟି ଜିଲ୍ଲାରୁ ୨୦ଟି ପ୍ରଭାବିତ ହୋଇଛି।

publive-imageପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଏବଂ କାନ୍ଥ ଭୁଶୁଡ଼ି ଜୀବନହାନି ହୋଇଛି ବୋଲି ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବନ୍ୟା ମୁକାବିଲା ପାଇଁ ନେପାଳ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଲୋକଙ୍କ ନିକଟରେ ରିଲିଫ୍ ପହଞ୍ଚୁନଥିବାରୁ ସ୍ଥିତି ଜଟିଳ ହେଉଛି । ପ୍ରାୟ ୨୮ ହଜାର ପୁଲିସ କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ନେଇ ମିଳିଛି ସୂଚନା । ତେବେ ବନ୍ୟାପୀଡିତଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମଧ୍ୟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe