ନେପାଳରେ ଲଗାତାର ମୁସଳଧାରାରେ ବର୍ଷା ହେବା ପରେ ବନ୍ୟା ସହ ଭୁସ୍ଖଳନ ସମସ୍ୟା ଉପୁଜିଛି । ଏଠାରେ ବନ୍ୟା ଏବଂ ଭୁସ୍ଖଳନ ପ୍ରଭାବରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ୨୦ ଜଣ ଏଥିରେ ଗୁରୁତର ଆହତ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି । ବନ୍ୟା କାରଣରୁ ନେପାଳର ଅଧିକ ସ୍ଥାନ ଜଳମଗ୍ନ ହୋଇରହିଛି । ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରେ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି ।
#UPDATE Nepal Police: 43 people dead, 24 missing, & 20 injured due to flooding and landslide in the country, following incessant rainfall. pic.twitter.com/S4gtQGUjJA
— ANI (@ANI) July 14, 2019
କିଛି ଦିନ ହେଲାଣି ନେପାଳରେ ଏଭଳି ଅବସ୍ଥା ଜାରି ରହିଛି ଯାହାଦ୍ୱାରା କିଛି ଅଞ୍ଚଳରେ ବନ୍ୟା ଏବଂ ଭୁସ୍ଖଳନ ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ବନ୍ୟା ପ୍ରପୀଡିତଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି । ଯାତାୟାତ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇପଡିଛି । ଅନୁମାନ କରାଯାଉଛି ଯେ ୬,୦୦୦ ରୁ ଅଧିକ ଲୋକ ପ୍ରକୃତିର ଏହି ତାଣ୍ଡବରେ ଖୁବ୍ ପ୍ରଭାବିତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/66476976_2885396164867096_4691156391010762752_n-13072019022127-1000x0.jpg)