ନେପାଳକୁ ପତଞ୍ଜଳୀ ଦେଇଥଲା କରୋନିଲ ଉପହାର । କରୋନିଲ ବିତରଣରେ ରୋକ ଲଗାଇଲା ନେପାଳ

Advertisment
ନେପାଳକୁ ପତଞ୍ଜଳୀ ଦେଇଥଲା କରୋନିଲ ଉପହାର । କରୋନିଲ ବିତରଣରେ ରୋକ ଲଗାଇଲା ନେପାଳ

କନକ ବ୍ୟୁରୋ: ଭୁଟାନ ପରେ ନେପାଳରେ ବି କରୋନିଲ କିଟ ଉପରେ ରୋକ ଲଗାଇ ଦିଆଯାଇଛି । ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ନେପାଳକୁ ଉପହାର ସ୍ୱରୂପ କରୋନିଲ କିଟ ଦେଇଥିଲା । ହେଲେ ନେପାଳ ସରକାର ଏହା ଉପରେ ରୋକ ଲଗାଇ ଦେଇଛନ୍ତି । ଆଉ କହିଛନ୍ତି କରୋନାକୁ ମାତ ଦେବାକୁ କରୋନିଲ ପ୍ରଭାବୀ ନୁହେଁ ।

ନେପାଳ ସରକାର ଏକ ଆଦେଶ ଜାରି କରି କହିଛନ୍ତି କି, କରୋନିଲ କିଟରେ ସାମିଲ ଟାବଲେଟ ଓ ନାକରେ ପକାଯାଉଥିବା ଡ୍ରପ କରୋନା ବିରୋଧରେ ଲଢୁଥିବା ଔଷଧର ସମକକ୍ଷ ନୁହେଁ । ତେଣୁ ଏହାକୁ ଦେଶରେ ବିତରଣ କରାଯିବ ନାହିଁ ।

ସେହିପରି ନେପାଳ ପତଞ୍ଜଳି ଶାଖା କହିଛି କି, କରୋନିଲ କିଟ ଏବେ ଯାଏଁ ନେପାଳରେ ରେଜିଷ୍ଟର ହୋଇନାହିଁ । ତେଣୁ ଏହା ଦେଶରେ ବିକ୍ରି ମଧ୍ୟ ହୋଇନାହିଁ । ଏହା ପତଞ୍ଜଳୀ ତରଫରୁ ନେପାଳ ସରକାରଙ୍କୁ ଉପହାର ଦିଆଯାଇଥିଲା । ତେଣୁ ଏବେ ଏହାକୁ ବ୍ୟବସାୟ ସହ ଯୋଡିବା ଠିକ ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe