ଓମିକ୍ରନ ପରେ ଏବେ ପୁଣି ମାଡିଆସୁଛି କରୋନାର ନୂଆ ଭାରିଆଣ୍ଟ, ୩୩ ପ୍ରତିଶତ ସଂକ୍ରମିତଙ୍କ ହେଉଛି ମୃତ୍ୟୁ

1,642

କନକ ବ୍ୟୁରୋ : ବିଶ୍ୱକୁ ୨ ବର୍ଷ ହେବ କବଳିତ କରି ରଖିଥିବା ମହାମାରୀ କରୋନା ଏବେ ପୁଣି ତାର ରୂପ ବଦଳାଇଛି । ଗୋଟିଏ ପରେ ଗୋଟିଏ ରୂପ ବଦଳାଇବା ପରେ ଏବେ କରୋନାର ଯେଉଁ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ତାହାକୁ ନେଇ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । କରୋନାର ଜନ୍ମସ୍ଥଳୀ ଚୀନ କୁହାଯାଉଥିବା ବେଳେ ସେହି ଚୀନରୁ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ଚୀନ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି ନୂଆ କରି ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ନିଓକୋଭ ଅନ୍ୟ ଭାରିଆଣ୍ଟଠାରୁ ଅଧିକ ସଂକ୍ରମିତ ଓ କ୍ଷତିକାରକ । ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ୩୩ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଉଥିବା କଥା ଚୀନ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

ହେଲେ ରିପୋର୍ଟ ମୁତାବକ ନିଓକୋଭ ଭାରିଆଣ୍ଟନୂଆ ନୁହେଁ ବରହ ଏହା ୨୦୧୨-୨୦୧୫ ମଧ୍ୟରେ ପଶ୍ଚିମ ଏସିଆ ଦେଶମାନଙ୍କରେ ଦେଖିବାକୁ ମିଳିଥିଲା । ଏହାର ଏସଏଆରଏସ-ସିଓଭି-୨ ଭଳି କେବଳ ମଣିଷକୁ ସଂକ୍ରମିତ କରିପାରେ । ହେଲେ ଏବେ ଏହା ମଣିଷ ବ୍ୟତୀତ ପଶୁମାନଙ୍କୁ ସଂକ୍ରମିତ କରୁଥିବା ନେଇ ସାଉଥ ଆଫ୍ରିକାରେ ଦେଖିବାକୁ ମିଳିଛି ।

କହିରଖୁ କି ଏବେ ସାରା ବିଶ୍ୱରେ କରୋନାର ତୃତୀୟ ଲହର ସହ ଓମିକ୍ରନ ଭାରିଆଣ୍ଟ ଦୃତ ଗତିରେ ମାଡି ଚାଲିଛି । ଏହା ସହ ଭାରତ ସମେତ ଅନେକ ଦେଶରେ କରୋନାର ଆଉ ଏକ ଭାରିଆଣ୍ଟ ବିଏ.୨ ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ବିଶ୍ୱରେ ପାଖାପାଖି ୪୦ ଟି ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ବିଶେଷଜ୍ଞଙ୍କ କହିବା ମୁତାବକ ଓମିକ୍ରନ ଠାରୁ ବିଏ.୨ ଭାରିଆଣ୍ଟ ଦୃତ ଗତିରେ ସଂକ୍ରମିତ ହେବାରେ ଲାଗିଛି ।