ମଧୁର ଭଣ୍ଡାରକରଙ୍କ ଆଗାମୀ ସିନେମା ‘ଇନ୍ଦୁ ସରକାର’ର ଫାଷ୍ଟ୍ ଲୁକ୍ ଏବେ ଚର୍ଚ୍ଚାରେ । ମଧୁରଙ୍କ ଏହି ସିନେମାର ଏକ ଫଟୋକୁ ନେଇ ଏବେ ବଲିଉଡ ଜଗତରେ ଜୋର ଧରିଛି ଚର୍ଚ୍ଚା । ଏହି ଫଟୋଟିରେ ଅଭିନେତା ନିଲ ନିତିନ୍ ମୁକେଶ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଂଜୟ ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି । ତେବେ ଏହି ପୋଷ୍ଟରରେ ନିଲଙ୍କ ଲୁକ୍ ପୁରା ସଂଜୟ ଗାନ୍ଧୀଙ୍କ ଭଳି ଦେଖାଯାଉଛି ।
ତେବେ ‘ଇନ୍ଦୁ ସରକାର’ର ଏହି ପୋଷ୍ଟରରେ ନିଲଙ୍କୁ ଦେଖି ଚିହ୍ନିବା ମୁସ୍କିଲ୍ ଯେ, ସେ ନିଲ୍ ନା ସତରେ ସଂଜୟ ଗାନ୍ଧୀ । ଏହି ସିନେମାଟି ଇନ୍ଦିରା ଗାନ୍ଧୀଙ୍କ ରାଜୁତି ସମୟର କାହାଣୀ ଉପରେ ଆଧାରିତ । ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ସୁପ୍ରିୟା ବିନୋଦ୍ ନଜର ଆସିବେ । ତେବେ ସୁପ୍ରିୟା ମଧ୍ୟ ନିଜ ଲୁକକୁ ନେଇ ଖୁବ୍ କାମ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/thumb-37.jpg)