କନକ ବ୍ୟୁରୋ : ଓଡ଼ିଶାରେ ପଡ଼ିଶା ବିଧାୟକଙ୍କ ପ୍ରଚାର । ମାଲକାନଗିରି ପ୍ରଚାର ମୈଦାନରେ ପଶ୍ଚିମବଙ୍ଗ ବିଧାୟକ ତଥା ପ୍ରସିଦ୍ଧ ପାଲା ଗାୟକ ଅଶିମ ସରକାର । ପଶ୍ଚିମବଙ୍ଗ ମେଦିଆ ଜିଲ୍ଲା ହରିନଘାଟା ବିଧାୟକ ତଥା ପ୍ରସିଦ୍ଧ ବାଙ୍ଗଲା ଲୋକ କବି ଅଶିମ ସରକାର ଢୋଲ ବଜାଇବା ସହ ଲୋକ ଗୀତ ଓ ପାଲା ମାଧ୍ୟମରେ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଗାଁ ମାନଙ୍କରେ ପ୍ରଚାର କରିଛନ୍ତି ।
ତେବେ ପ୍ରତି ସଭାରେ ବିବାଦୀୟ ତଥା ସାମ୍ପ୍ରଦାୟିକ ମନ୍ତବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଖୋଲାଖୋଲି ଭାବେ ବିଭିନ୍ନ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇ ପାକିସ୍ତାନ ଓ ନିର୍ଦିଷ୍ଟ ସମ୍ପ୍ରଦାୟକୁ ବିଧାୟକ ଟାର୍ଗେଟ୍ କରିଛନ୍ତି । ଭାରତ ତଥା ହିନ୍ଦୁ ଧର୍ମର ରକ୍ଷା ଲାଗି ବିଜେପି ତଥା ନରେନ୍ଦ୍ର ମୋଦୀ ହିଁ ଏକ ମାତ୍ର ବିକଳ୍ପ ବୋଲି ଅଶିମ ସରକାର ଗାଁ ଗାଁରେ ପ୍ରଚାର କରୁଛନ୍ତି । ତାରଲାକୋଟା ଓ ଏମଭି ୨୫ ପରି ବିଭିନ୍ନ ସ୍ଥାନରେ ବିରୋଧର ଶିକାର ହେବା ସହ ଅନେକ ସ୍ଥାନରେ ହଟହଟା ହେଉଛନ୍ତି ଅଶିମ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-17-11h05m48s854.png)