କି କର୍ମ କରିଥିଲେ ନେହେରୁ । ଆମେରିକାରେ ଟ୍ରମ୍ପଙ୍କ ପରାଜୟ ପାଇଁ କିଭଳି ନେହେରୁ ଦାୟୀ ? ଏନେଇ କିଛି ରୋଚକ କଥା

12,289

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ଯେତିକି ଉତ୍ସୁକତା ଦେଖା ଦେଇଥିଲା ତା ଠାରୁ ଅଧିକ ଉତ୍ସୁକ ଥିଲେ ଭାରତୀୟ ମାନେ । ଏହାର ମୁଖ୍ୟ କାରଣ ଥିଲା ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ସେଠିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବା । ନିର୍ବାଚନ ସରିଲା ଓ ଫଳା ଫଳ ବି ବାହାରିଲା । ଯେଉଁ ଫଳା ଫଳ ଆସିବା ପରେ ସ୍ପଷ୍ଟ ହେଲା ଯେ ଡେମୋକ୍ରାଟିକ୍ ପାର୍ଟିର ଜୋ- ବାଇଡେନ୍ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଓ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କଲେ ।
ବାଇଡେନ୍ ଜିତିବା ଓ ଟ୍ରମ୍ପ ହାରିବା ପଛରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦାୟୀ ବୋଲି ଏକ ଟ୍ରେଣ୍ଡ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି । ହେଲେ ନେହେରୁ ତ ଏବେ ସ୍ୱର୍ଗରେ । ସେ କ’ଣ ସ୍ୱର୍ଗରୁ ଥାଇ ଆମେରିକାର ଭୋଟରଙ୍କୁ ଟ୍ରମ୍ପ୍ ଙ୍କ ବିରୋଧରେ ଓ ବାଇଡେନଙ୍କ ସପକ୍ଷେରେ ଭୋଟ ଦେବାକୁ ପ୍ରବର୍ତ୍ତାଇଲେ କି ? । ନା ଏହା କେବେ ବି ସମ୍ଭବ ନୁହେଁ । ମାତ୍ର ସେ କରିଯାଇଥିବା କିଛି କର୍ମ ପାଇଁ ଆଜି ଟ୍ରମ୍ପଙ୍କୁ ହାରିବାକୁ ପଡିଛି । ହେଲେ ଏହା ପୂର୍ବରୁ ଭାରତରେ ୨୦୧୯ ଠାରୁ କେନ୍ଦ୍ର ଶାସନ କ୍ଷମତାରେ ଥିବା ଏନଡିଏ ସରକାର ବିଭିନ୍ନ ପ୍ରସଙ୍ଗରେ ବିଫଳ ହେବା ବେଳେ କେବେ କେବେ ଏହି ବିଫଳତା ପାଇଁ ନେହେରୁ ଦାୟୀ ବୋଲି କହିଥା’ନ୍ତି । ସେତେବେଳେ ବିରୋଧି ମାନେ ସମାଲୋଚନା କରିଥା’ନ୍ତି କି ସରକାର ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ନେହେରୁଙ୍କୁ ଦାୟୀ କରୁଛନ୍ତି ।ଆଉ ଏବେ ଟ୍ରମ୍ପ ହାରିବା ପଛରେ ନେହେରୁଙ୍କ ହାତ ରହିଥିବାର ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଭଳି ଏକ ଖିଅକୁ ଧରି ଟ୍ୱିଟର ବ୍ୟବହାରକାରୀ ସାମ୍ନାକୁ ଆସିଛନ୍ତି ଯାହା ଅତ୍ୟନ୍ତ ରୋଚକ ଏବଂ ମଜାଦାର ।

ନେହେରୁ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ତାଙ୍କର ଯୁଗ୍ମ ସଚିବ ଥିଲେ ପି.ଭି ଗୋପାଲନ୍ । ପି.ଭି ଗୋପାଲନ ଜଣେ ସାଧାରଣ ଜୀବନ ଶୈଳୀ ସହିତ ବଞ୍ଚୁଥିବା ମଣିଷ । ତାଙ୍କର ୪ ଟି ପିଲା ଥିଲେ ଯାହାଙ୍କ ମଧୟରୁ ଶ୍ୟାମଳା ଗୋପାଲନ ଥିଲେ ବଡ ଝିଅ । ଶ୍ୟାମଲା ଗୋପାଲନ ମେଧାବୀ ଥିଲେ ଓ ବିଦେଶରେ ପାଠ ପଢିବାକୁ ଚାହୁଁଥିଲେ । ଏହି କଥା ନେହେରୁ ଜାଣିବା ପରେ ସେ ଶ୍ୟାମଳାଙ୍କୁ ପାଠ ପଢିବା ପାଇଁ ଆମେରିକା ପଠାଇଥିଲେ । ଶ୍ୟାମଳା ସେଠାରେ ଡୋନାଲ୍ଡ ହାରିସ୍ ଙ୍କୁ ବିବାହ କରି ଆମେରିକାର ସ୍ଥାୟୀ ବାସିନ୍ଦା ହୋଇଥିଲେ ଓ ବିବାହ ପରେ ସେ ଶ୍ୟାମଳା ଗୋପାଲନ୍ ରୁ ଶ୍ୟାମଳା ହାରିସ୍ ହୋଇଥିଲେ । ଏହି ଶ୍ୟାମଳା ହାରିସଙ୍କ କନ୍ୟା ହେଉଛନ୍ତି କମଳା ହାରିସ୍ ।

କମଳା ହାରିସ୍ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଆମେରିକାରେ ଥିବା ଭାରତୀୟ ମାନେ କମଳାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । କମଳା ଡେମୋକ୍ରାଟିକ ପାର୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ସେହି ଡେମୋକ୍ରାଟିକ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ଜୋ- ବାଇଡେନ । ତେଣୁ ଆମେରିକାରେ ବାସିନ୍ଦା ଥିବା ଭାରତୀୟ ମାନଙ୍କ ଭୋଟ କମଳା ହାରିସଙ୍କ ସପକ୍ଷରେ ଯିବା ବେଳେ ତାହା ବି ଜୋ ବାଇଡେନ୍ ଙ୍କ ସପକ୍ଷରେ ଯାଇଥିବା ଅନୁମାନ କରାଯାଉଛି । ତେଣୁ ଏହି ଖିଆକୁ ଧରି ଟ୍ରମ୍ପଙ୍କ ପରାଜୟ ପାଇଁ ନେହେରୁଙ୍କୁ ଦାୟୀ କରାଯାଉଛି। ଯଦି ନେହେରୁ ଶ୍ୟାମଲାଙ୍କୁ ପାଠ ପଢିବା ପାଇଁ ଆମେରିକା ପଠାଇ ନଥାନ୍ତେ ତେବେ କମଲା ହାରିସ୍ ଉପରାଷ୍ଟପତି ପ୍ରାର୍ଥୀ ଭାବେ ଜୋ- ବାଇଡେନଙ୍କ ସହ ସାମିଲ ହୋଇ ଟ୍ରମ୍ପଙ୍କୂୁ ହରାଇବାର ସୁଯୋଗ ପାଇ ନଥା’ନ୍ତେ । କେନ୍ଦ୍ରରେ କ୍ଷମତାରେ ଥିବା ମୋଦି ସରକାର ଅନେକ କଥାରେ ନେହେରୁଙ୍କୁ ଦାୟୀ କରୁଥିବା ବେଳେ, ଟ୍ରମ୍ପଙ୍କ ପରାଜୟ ପରେ ଏହି ମଜାଦାର ଟ୍ରେଣ୍ଡ ଚର୍ଚ୍ଚାର ପରିଧିକୁ ଆସିଛି