Hindustan Times
ବଲିଉଡର ଖ୍ୟାତନାମା ଗାୟିକା ନେହା କକଡଙ୍କର ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ସହିତ ବ୍ରେକଅପ୍ ହୋଇଥିଲା। ଏହି ପ୍ରେମ ସଂପର୍କ ଭାଙ୍ଗିବାପରେ ନେହା ଖୁବ୍ ଭାଙ୍ଗିଯାଇଥିଲେ। ଏବେ ସେ ପୁଣି ନିଜର ପୁରୁଣା ସ୍ମୃତିକୁ ଫେରିଲେଣି। ନିକଟରେ ନେହା କକଡ ଇନଷ୍ଟା ଷ୍ଟୋରିରେ ସିଙ୍ଗିଲ୍ ରହିବାର ଫାଇଦା ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ଏକ ପୋଷ୍ଟ୍ ସେଆର୍ କରି ଲେଖିଛନ୍ତି ‘ସିଙ୍ଗଲ୍ ହେବାର ସବୁଠାରୁ ଭଲ କଥା ହେଲା ଯେ ଆପଣ ଠିକ୍ ସମୟରେ ଶୋଇପାରିବେ।’
ନେହା କକଡ ବ୍ରେକ୍ ଅପ୍ ପରେ ଡିପ୍ରେସନ୍କୁ ଚାଲିଯାଇଥିବା କଥାକୁ ସ୍ୱୀକାର କରିଛନ୍ତି। ନେହାଙ୍କ ବ୍ରେକ୍ ଅପ୍ ଖବର ସେମାନଙ୍କ ଫ୍ୟାନମାନଙ୍କ ମନରେ ନିରାଶା ସୃଷ୍ଟି କରିଥିଲା। ନେହା ଓ ହିମାଂଶଙ୍କର ଏକ ମ୍ୟୁଜିକ ଭିଡିଓ ବି ବେଶ୍ ଚର୍ଚ୍ଚାର ବିଷୟ ରହିଥିଲା। ଏପରିକି ଇଣ୍ଡିଆନ୍ ଆଇଡଲ ସେଟ୍କୁ ବି ହିମାଂଶ କୋହଲୀ ଆସିଥିଲେ। ଉଭୟେ ନିଜ ନିଜର ପ୍ରେମ ସଂପର୍କକୁ ନେଇ ଅନୁଭବ କଥା ବଖାଣିଥିଲେ।
Follow Us
/kanak/media/post_attachments/wp-content/uploads/2019/02/Neha_Kakkar_Himansh_Kohli_Neha_Kakkar_Breakup__1545153263-300x169.jpg)