ମୁହଁ ଖୋଲିଲେ ନେହା କକ୍କର! କହିଲେ ହିମାନ୍ସ ଏବଂ ମୋ ମଧ୍ୟରେ ରହିଛି କେବଳ ବନ୍ଧୁତାର ସଂପର୍କ ।

58

ଏଇ କିଛି ମାସ ମଧ୍ୟରେ ବଲିଉଡ୍ ଗାୟିକା ନେହା କକ୍କର ଏବଂ ହିମାନସ କୋହଲିଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ସେମାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ଦେଖି ପ୍ରଶଂସକମାନେ ଦୁଇ ଜଣଙ୍କ ମଧ୍ୟରେ କିଛି ରହିଛି ବୋଲି ଭାବୁଥିବା ବେଳେ ଭାଲେଣ୍ଟାଇନ୍ ଡେ ତଥା ଶିବରାତ୍ରୀରେ ଦୁହିଁଙ୍କ ବିବାହ ହୋଇଥିବା ନେଇ ଗୁଜବ ଉଡିଥିଲା । ଯାହାକୁ ନେଇ ଉଭୟ ନେହା ଓ ହିମାନ୍ସଙ୍କ ପରିବାର ସଦସ୍ୟ ଦୁହିଁଙ୍କୁ ବିବାହକୁ ନେଇ ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ଦୁହେଁ ହସି ଏହାକୁ ପ୍ରତ୍ୟାଖାନ କରିଥିଲେ । ଦୁଇ ଜଣଙ୍କ ସଂପର୍କକୁ ନେଇ ସାରା ଦେଶ ଚର୍ଚ୍ଚା କରୁଥିବା ବେଳେ ଏବେ ଏ ନେଇ ମୁହଁ ଖୋଲିଛନ୍ତି ଗାୟିକା ନେହା କକ୍କର ।
ତାଙ୍କ କହିବା ଅନୁଯାୟୀ, ଆମେ ଦୁଇ ଜଣ ଭଲ ବନ୍ଧୁ ଓ ପରସ୍ପରକୁ ଭଲ ପାଉ ବୋଲି ଆପଣମାନେ କହି ପାରିବେ କିନ୍ତୁ ପ୍ରେମୀଯୁଗଳ ନୁହେଁ । ଆମେ ଦୁହେଁ ଦୁହିଁଙ୍କୁ ସମ୍ମାନ ଦେଉ କିନ୍ତୁ ଆମ ଭିତରେ ସେଭଳି କିଛି ନାହିଁ ଯାହା ଲୋକମାନେ ଭାବୁଛନ୍ତି । ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଖବର ପ୍ରସାର ହେବା ପରେ ଆମେ ଦୁଇ ଜଣ ହସିବାକୁ ଲାଗିଥିଲୁ । ସୋସିଆଲ ସାଇଟରେ ଆମମାନଙ୍କ ଫଟୋ ଦେଖି ଲୋକମାନଙ୍କ ମନରେ ଭୁଲ ଧାରଣା ଆସିଯାଇଛି । ସେମିତି ଆମ ଦୁହିଁଙ୍କ ମଧ୍ୟରେ କିଛି ନାହିଁ।’
ସୁଚନାନୁସାରେ ରିୟଲ ଲାଇଫରେ ଭଲ ବନ୍ଧୁ ଥିବା ଏହି କପଲ୍ ଖୁବଶୀଘ୍ର ରିଲ୍ ଲାଇଫରେ ଲଭ କପଲ ହେବେ । ଅର୍ଥାତ୍ ଆଲବମ୍ “ଓ ହମସଫର୍”ରେ ଦୁହିଁଙ୍କୁ ଦର୍ଶକ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ।