ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଦିଆଯିବ କରୋନା ଟିକା । ଭାରତକୁ ଫାଇଜର ଟିକା ଯୋଗାଇ ଦେବା ପାଇଁ ଚାଲିଛି କଥାବାର୍ତ୍ତା 

Advertisment
ଇଂଲଣ୍ଡରେ ଆଗାମୀ ସପ୍ତାହରୁ ଦିଆଯିବ କରୋନା ଟିକା । ଭାରତକୁ ଫାଇଜର ଟିକା ଯୋଗାଇ ଦେବା ପାଇଁ ଚାଲିଛି କଥାବାର୍ତ୍ତା 

କନକ ବ୍ୟୁରୋ : ବ୍ରିଟେନ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଓ ବାୟୋଏନ୍ଟେକ୍ର କୋଭିଡ ଟିକାର ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଆଉ କୋଭିଡ ସହ ମୁକାବିଲା କରି ମାନବ ସମାଜକୁ ସୁରକ୍ଷା ଯୋଗାଇ ଦେବାର ଔଷଧ ଏବେ ମିଳିପାରିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ଫାଇଜର ଟିକା ପାଇବା ପାଇଁ ଆଗୁଆ ବରାଦ ଦେଇ ସାରିଛନ୍ତି ।

ଏପରି ସମୟରେ ଫାଇଜର, ଟିକା ଯୋଗାଣ ପାଇଁ ଭାରତ ସରକାରଙ୍କ ସହ କଥାବାର୍ତା ଆରମ୍ଭ କରିଛି । ଏହି ସୂଚନା ଦେଇଛନ୍ତି ଫାଇଜର କଂପାନୀର ମୁଖପାତ୍ର ରୋମା ନାୟର । ସେ କହିଛନ୍ତି, ଟିକା ଯୋଗାଣ ନେଇ ଭାରତ ସରକାରଙ୍କ ସହ କଥାବାର୍ତା ଚାଲିଛି, ଟିକା ଯୋଗାଇବା ପାଇଁ ବିଶ୍ୱର ଏକାଧିକ ରାଷ୍ଟ୍ର ସହ ଚୁକ୍ତି ହୋଇ ସାରିଛି । ତେବେ ଫାଇଜର ଟିକା ସଂରକ୍ଷଣ ପାଇଁ ଭିତିଭୂମିର ଆବଶ୍ୟକତା ଓ ବିଶ୍ୱର ବିଭିନ୍ନ ଦେଶର କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥାକୁ ଅନୁଧ୍ୟାନ କରି ପରବର୍ତି ପଦକ୍ଷେପ ନିଆଯାଉଛି ।

ଭାରତରେ ଫାଇଜରର କୋଭିଡ ଟିକା ପାଇଁ ଆବଶ୍ୟକ ସଂରକ୍ଷଣ ବ୍ୟବସ୍ଥା ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ ବୋଲି ଦୃଢ ଆଶାପ୍ରକାଶ କରିଛି ଫାଇଜର କଂପାନୀ ।ଫାଇଜର ପକ୍ଷରୁ ବିକଶିତ ହୋଇଥିବା କୋଭିଡ ଟିକାକୁ ମାଇନସ ୭୦ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ କରି ରଖିହେବ । ତେଣୁ ଭାରତ ଭଳି ବିଶାଳ ଦେଶରେ ଏତେ କମ ତାପମାତ୍ରାରେ ଟିକା ସଂରକ୍ଷଣ କରି ବଂଟନ କରିବା ସମ୍ଭବ ହେବ ନାହିଁ ବୋଲି ଶଙ୍କା ପ୍ରକାଶ ପାଇଛି ।

ସେପଟେ ଫାଇଜାର ଟିକା ପାଇଁ ବିଶ୍ୱ ସମୁଦାୟରେ ଏକ ପ୍ରକାର ଦୌଡ ଆରମ୍ଭ ହୋଇଯାଇଛି । ବିଶ୍ୱର ପ୍ରତିପତି ଶାଳୀ ରାଷ୍ଟ୍ର ବ୍ରିଟେନ, ଆମେରିକା ଓ ୟୁରୋପ ଫାଇଜର ଠାରୁ କୋଭିଡ ଟିକା ପାଇଁ ଆଗୁଆ ଚୁକ୍ତି କରିସାରିଲେଣୀ । ଆମେରିକା ଶହେ ମିଲିୟନ କୋଭିଡ ଟିକାର ଡୋଜ ପାଇଁ ବରାଦ କରିଥିବା ବେଳେ ୟୁରୋପ ୨ଶହ ମିଲିୟନ ଡୋଜ ଓ ଲଣ୍ଡନ ୪୦ ହଜାର ଡୋଜ ପାଇଁ ଆଗୁଆ ବରାଦ କରିଛି । ହେଲେ ଫାଇଜର ଟିକାକୁ ସଂରକ୍ଷିତ କରି ରଖିବା ପାଇଁ ଆବଶ୍ୟକ କୋଲ୍ଡ ଷ୍ଟୋରେଜ ଆଖିରେ ରଖି ବରାଦ କରିନାହାନ୍ତି ଭାରତ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe