କେମିତି ଚାଲିଛି ସ୍ୱାସ୍ଥ୍ୟସେବା : ନଜରକୁ ଆସିଛି ବଡବିଲ ସରକାରୀ ହସ୍ପିଟାଲର ଚିତ୍ର

କେମିତି ଚାଲିଛି ସ୍ୱାସ୍ଥ୍ୟସେବା : ନଜରକୁ ଆସିଛି ବଡବିଲ ସରକାରୀ ହସ୍ପିଟାଲର ଚିତ୍ର

ବଡବିଲ : ଶବକୁ ଅସମ୍ମାନ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ସାମ୍ନାKê ଆସିଛି ଆଉଏକ ଉଦବେଗଜନକ ଘଟଣା। ଯାହା ସରକାରୀ ଡାକ୍ତରଖାନାର ସତ୍ୟକୁ ଉଜାଗର କରୁଛି ।  ଏବେ ନଜରକୁ ଆସିଛି କେନ୍ଦୁଝର ଜିଲ୍ଲା ବଡବିଲ ସରକାରୀ ହସ୍ପିଟାଲର ଚିତ୍ର । ଜଣେ ରୋଗୀଙ୍କୁ ବାରଣ୍ଡାରେ ବସାଇ ଦିଆଯାଉଛି ସାଲାଇନ ଆଉ ବୋତଲକୁ ହାତରେ ଧରିଛନ୍ତି ରୋଗୀଙ୍କ ସ୍ତ୍ରୀ । ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ ନଥିବାରୁ ବାରଣ୍ଡାରେ ବସାଇ ସାଲାଇନ ଦିଆଯାଇଥିଲା ।

ସେହିପରି ବେଡ ଯେଉଁଠି ନାହିଁ ସାଲାଇନ ଷ୍ଟାଣ୍ଡ ଅବା ଆସିବ କୁଆଡୁ । ଆଉ ରୋଗୀଙ୍କ ସହ ଥିବା ତାଙ୍କ ସ୍ତ୍ରୀଙ୍କୁ ସାଲାଇନ ବୋତଲ ଧରାଇ ଦେଇଥିଲେ ହସ୍ପିଟାଲ କର୍ମଚାରୀ । ତେବେ ଏନେଇ ହସ୍ପିଟାଲ ପକ୍ଷରୁ ସଫେଇ ଦିଆଯାଇଛି ଯେ, ସଂପୃକ୍ତ ରୋଗୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା,ଏବଂ ଆମ୍ବୁଲାନ୍ସକୁ ନେବା ସମୟରେ କିଛି ସମୟ ପାଇଁ ବାରଣ୍ଡାରେ ବସିଥିଲେ ସଂପୃକ୍ତ ରୋଗୀ ଜଣକ ଆଉ ଏହି ସମୟରେ ଫଟୋ ଉଠାଯାଇଛି ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe