କନକ ବ୍ୟୁରୋ : ଡାକ୍ତରଙ୍କୁ କୁହାଯାଏ ଭଗବାନଙ୍କ ଦ୍ୱିତୀୟ ରୂପ । କାରଣ ମରଣ ମୁହଁରୁ ଛଡାଇ ଆଣି ରୋଗୀଙ୍କୁ ଜୀବନ ଦେଇଥାନ୍ତି ଡାକ୍ତର । ହେଲେ ସାମ୍ନାକୁ ଆସିଛି କୋରାପୁଟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା । ଅସୁସ୍ଥ ଶିଶୁକୁ ସାଲାଇନ୍ ସହ ବିଦା କଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ପରେ କାର୍ଯ୍ୟାନୁଷ୍ଠାନ ଭୟରେ କୋରାପୁଟ ବସଷ୍ଟାଣ୍ଡରୁ ଆଣି ଏସଏନସିୟୁରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁସାରେ, ନବରଙ୍ଗରପୁର ହାଟବରଣ୍ଡି ଗାଁର ଜଣେ ଶୁଶୁ ଚିକିତ୍ସା ପାଇଁ ନବରଙ୍ଗପୁରରୁ କୋରାପୁଟ ସ୍ଥାନନ୍ତର କରାଯାଇଥିଲା । କୋରାପୁଟରେ ଡାକ୍ତର ଦେଖିବା ପରେ ତାର ମଳଦ୍ୱାର ବନ୍ଦ ହୋଇ ଯାଇଥିବା କହି କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥାଭାବରୁ କଟକ ଯାଇ ନପାରି ମେଡିକାଲ ବାରଣ୍ଡାରେ ବସି ରହିଥିଲେ । ପରେ ସାଲାଇନ୍ ଲାଗିଥିବା ଶିଶୁକୁ ଧରି କୋରାପୁଟ ବସଷ୍ଟାଣ୍ଡ ଯାଇଥିଲେ । ଏନେଇ ଚର୍ଚ୍ଚା ହେବା ପରେ ଜିଲ୍ଲା ମେଡିକାଲ୍ କର୍ତ୍ତୁପକ୍ଷ ଶିଶୁଟିକୁ ଆଣି ଏସଏନସିୟୁ ଭର୍ତ୍ତି କରିଥିଲେ । ଆଜି ତାକୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/vlcsnap-2017-08-22-17h08m42s032.png)