ପୁଣି ଭୁଲ ଚିକିତ୍ସା ନେଲା ରୋଗୀର ପ୍ରାଣ ! ତାତିଲେ ଲୋକ, ପୋଲିସ କଲା ହସ୍ତକ୍ଷେପ

Advertisment
ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା : ହତ୍ୟାକାରୀକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଅଡଙ୍ଗବଜାରରେ ଥିବା ଏକ ଘରୋଇ କ୍ଲିନିକରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି। ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ ହସ୍ତକ୍ଷେପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ପ୍ରକାଶ ଥାଉକି ସୋର ଥାନା ଅଧୀନ ମହୁମୁହାଁଣ ପଞ୍ଚାୟତ ଅନ୍ତର୍ଗତ କାଳନ୍ଦୀପାଟଣା ଗ୍ରାମର ଗୌରାଙ୍ଗ ଦାସଙ୍କ ଝିଅ ସସ୍ମିତା(୨୦)ଙ୍କୁ ଦୁଇ ଦିନ ତଳୁ ଥଣ୍ତା ଜ୍ବର ସହ କାଶ ହୋଇଥିଲା।

ପରିବାର ଲୋକେ ତାଙ୍କୁ ଅଡଙ୍ଗବଜାରରେ ଥିବା ଡ. ଶଶାଙ୍କ ଆଚାର୍ଯ୍ୟଙ୍କ ଘରୋଇ କ୍ଲିନିକ୍କୁ ଆଣିବା ପରେ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନ୍ ଅନୁଯାୟୀ ଏକ ଇଞ୍ଜେକସନ୍ ଦେବାର ଅଳ୍ପ ସମୟ ପରେ ସସ୍ମିତା ସଂଜ୍ଞାହୀନ ହୋଇଥିଲା। ତତକ୍ଷଣାତ ତାଙ୍କୁ ସୋର ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଭୁଲ ଇଞ୍ଜେକସନ୍ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗରେ ସସ୍ମିତାର ଶବକୁ ପୁଣି ଉକ୍ତ ଘରୋଇ କ୍ଲିନିକ୍ ସାମ୍ନାରେ ରଖି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ କେସ୍ ନଂ ୨୨୮/୧୯ରେ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe