ପର କରିଦେଲେ ପରିବାର । କର୍କଟରେ ଆକ୍ରାନ୍ତ ବୃଦ୍ଧା କେଳୁଣୀଙ୍କ ସଂଘର୍ଷ, ରାସ୍ତାକଡ ଜରିପାଲ ଟଣା କୁଡିଆରେ ବିତୁଛି ଜୀବନ

48

କନକ ବ୍ୟୁରୋ : ଜରି ପାଲ ତଳେ ଯନ୍ତ୍ରଣାର କାହାଣୀ । କର୍କଟରେ ଆକ୍ରାନ୍ତ ଯୋଗୁ ଘରୁ ତଡିଦେଲେ ପରିବାର । ରାସ୍ତାକଡରେ କୁଡିଆ ପାଲଟିଛି ବାସସ୍ଥଳୀ । ଏହି ଜରିପାଲ ତଳେ ଜୀବନ ସହ ସଂଘର୍ଷ କରୁଚନ୍ତି ସତ୍ୟବାଦୀ ବ୍ଳକ ସନ୍ତର ପନ୍ତର ଗାଁର କେଳୁଣୀ ସାହୁ । ପରିବାର ଲୋକେ ପଚାରିଲେନି । ଆଉ ଶେଷରେ ରୋଗ ଯେମିତି କରିଦେଇଛି ସମାଜ ପାଇଁ ଅଲୋଡା । ଆଖି ଢଳ ଢଳ କରି ଚାହିଁବସିଛନ୍ତି କିଏ ସତରେ ଆସିବ ଆଉ ସାହାଯ୍ୟ ଟିକେ କରିବ । ପରିବାରଠୁ ଦୂରରେ ରହି ଶୀତ କାକରରେ ପଡି ରହିଛନ୍ତି । ସତେ ଯେମିତି ସମସ୍ତଙ୍କ ପାଇଁ ଅଲୋଡା ପାଲଟିଛନ୍ତି ଏହି ଅସହାୟ ବୃଦ୍ଧା ଜଣକ ।

ପ୍ରତିବର୍ଷ ନିର୍ବାଚନ ଆସିଲେ ଭୋଟ୍ ଦିଅନ୍ତି କେଳୁଣୀ । ହେଲେ ତାଙ୍କ ପାଇଁ ସରକାରଙ୍କ କୌଣସି ସାହାଯ୍ୟ ନାହିଁ । ଆଧାରକାର୍ଡ ଖଣ୍ଡିଏ ନଥିବା ଯୋଗୁ ବହୁ ଅସୁବିଧା ଭୋଗୁଛନ୍ତି । ସରକାରଙ୍କ କୌଣସି ସାହାଯ୍ୟ ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଆଧାରକାର୍ଡ ନଥିବା ଯୋଗୁ ତାଙ୍କୁ ୌଣସି ସହଯୋଗ ମିଳୁନଥିବା କହିଛନ୍ତି ଗାଁର ଲୋକ । ବହୁବାର ଅନୁରୋଧ କରି ମଧ୍ୟ ନା ଆଧାରକାର୍ଡ ହୋଇପାରୁଛି ନା କୌଣସି ସାହାଯ୍ୟ ସହଯୋଗ ମିଳି ପାରୁଛି । ଯନ୍ତ୍ରଣାମୟ ଜୀବନରେ ସନ୍ତୁଳି ହେଉଛନ୍ତି ବୃଦ୍ଧା କେଳୁଣୀ ।

ଯନ୍ତ୍ରଣାରେ ପଡିଥିବା ବୃଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରିବା ସହ ଚିକିତ୍ସା ମିଳିରେ ତାଙ୍କୁ ଏକ ନୂଆ ଜୀବନ ମିଳିପାରନ୍ତା ।