କନକ ବ୍ୟୁରୋ : ଛାତରୁ ଗଳୁଛି ପାଣି । ଭଙ୍ଗା ଛାତ ତଳେ ଦୟନୀୟ ଅବସ୍ଥାରେ ଚାଲିଛି ପିଲାଙ୍କ ପାଠପଢା । କଟକ ନିଆଳି ବ୍ଲକ ଆମ୍ବାପଡା ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ଗୁହରେ ପ୍ରଥମରୁ ୩ୟ ପର୍ୟ୍ୟନ୍ତ ପିଲା ପାଠ ପଢୁଛନ୍ତି । ବିଦ୍ୟାଳୟରେ ଅନ୍ୟ ସମସ୍ୟା ସହିତ ବଡ ସମସ୍ୟା ପାଲଟିଛି ଶିକ୍ଷକ ଅଭାବ । ପଂଚମ ଶ୍ରେଣୀ ପର୍ୟ୍ୟନ୍ତ ପିଲା ପଢୁଥିବା ବେଳେ ପଢାଇବାକୁ ରହିଛନ୍ତି ମାତ୍ର ୨ ଜଣ ଶିକ୍ଷକ । ଜଣେ ଅଫିସ କାମରେ ଗଲା ବେଳେ ଆଉ ଜଣେ ମାତ୍ର ଶିକ୍ଷକ ପାଠପଢା ଦୟିତ୍ବରେ ରହିଛନ୍ତି । ବହୁ ପୁରୁଣା ବିଦ୍ୟାଳୟ ଯୋଗୁ ଶ୍ରେଣୀ ଗୃହ ଭାଙ୍ଗିରୁଜି ଗଲାଣି । ଆଉ ଦୁଇ ଭଙ୍ଗା ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ବର୍ଷାଦିନ ହୋଇଥିବାରୁ ଅବସ୍ଥା ମଧ୍ୟ ବଡ ଦୟନୀୟ ହୋଇପଡିଛି । ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଥିଲେ ବି ବିଦ୍ୟାଳୟ ସମସ୍ୟା ପ୍ରତି କାହାର ନଜର ନାହିଁ । ପୁର୍ବବତ୍ ସମସ୍ୟା ଭିତରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ ମାନେ ।
ବିଦ୍ୟାଳୟ ସମସ୍ୟା ନେଇ ଅଭିଭାବକମାନେ ସରକାରଙ୍କ ଠାରୁ ସ୍ଥାନୀୟ ସରପଂଚ ଓ ରାଜନେତାକୁ କହିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ସେଥିପାଇଁ ଅଭିଭାବକମାନେ ଏହି ବିଦ୍ୟାଲୟରେ ପଢେଇ ନାହିଁ ବୋଲି ଦାବି କରିଥିଲେ । ତୁରନ୍ତ ଏହି ବିଦ୍ୟାଳୟକୁ ନୂତନ ଗୂହ ସହ ବିଦ୍ୟାଳୟରେ ପାଚେରୀ ଓ ଆଉ ଜଣେ ଶିକ୍ଷକ ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ମାନେ ।
ବହୁ ପୁରୁଣା ବିଦ୍ୟାଳୟ ହୋଇଥିବା ବେଳେ ଖୁବଶୀଘ୍ର ଏଥିପ୍ରତି ଗୁରୁତ୍ବ ଦିଆଯାଇ ସମାଧାନ କରାଯାଇପାରିଲେ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ ।