କନକ ବ୍ୟୁରୋ : ବଲିଉଡରେ କପୁର ପରିବାରର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ଯଦିଓ ଆଜି ଋଷି କପୁର ଆମ ଗହଣରେ ନାହାନ୍ତି ତଥାପି ତାଙ୍କର ମନଛୁଅାଁ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁଛି ନିଶ୍ଚୟ । ତେବେ ପିତା ଦିବଙ୍ଗତ ରାଜ କପୁର ହୁଅନ୍ତୁ ବା ସାନପୁଅ ଋଷି ନିଜର ଲଭ ଆଫାୟାର୍ସକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ତେବେ ନିତୁଙ୍କ ସହ ସାଥୀ ଅଭିନେତ୍ରୀଙ୍କ ସହ ମଧ୍ୟ ଫ୍ଲଟ କରୁଥିଲେ ଋଷି କପୁର । ଏକ ଖବରକାଗଜର ଇଂଟରଭିୟୁରେ ନିଜେ ପ୍ରକାଶ କରିଥିଲେ ନିତୁ । ତେବେ ଏହି ପୁରୁଣା ଦିନର ଇଂଟରଭିୟୁଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରିବା ସହ ସେୟାର କରୁଛନ୍ତି । ତେବେ ଆସନ୍ତୁ ନଜର ପକାଇବା କି, ଏହି ଇଂଟରଭିୟୁରେ କଣ କହିଥିଲେ ନିତୁ ।

Advertisment

ନିତୁ କହିଛନ୍ତି କି, ସେ ମୋତେ ବିବାହ କରିବା ପରେ ମଧ୍ୟ ସାଥୀ ଅଭିନେତ୍ରୀଙ୍କୁ ଫ୍ଲଟ କରୁଥିଲେ । ଆଉଟଡୋର ସୁଟିଂ ନାଁରେ ମଧ୍ୟ ଯାଉଥିଲେ । ଥରେ ନୁହେଁ ବରଂ ଅନେକଥର ମୁଁ ତାଙ୍କୁ ଧରିଛି । ଆଉ ଅନ୍ୟ ଅଭିନେତ୍ରୀଙ୍କୁ ଫ୍ଲଟିଙ୍ଗ କରୁଥିବା ମୁଁ ଜାଣିଛି । ଯଦିଓ ପ୍ରଥମେ ପ୍ରଥମେ ମୋତେ ରାଗ ଲାଗୁଥିଲା କିନ୍ତୁ ପରବର୍ତୀ ସମୟରେ ମୋର ମୋ ନିଜ ଉପରେ ଆଉ ତାଙ୍କ ଉପରେ ମଧ୍ୟ ବିଶ୍ୱାସ ଥିଲା । ସେ ଯେବେବେଳେ ଅନ୍ୟ ଅଭିନେତ୍ରୀଙ୍କ ସହ ଆଫାୟାର୍ସରେ ରହୁଥିଲେ ମୋତେ ଜଣାପଡ଼ିଯାଉଥିଲା । ତାଙ୍କ ଆଚରଣରୁ ମଧ୍ୟ ଅନେକ କଥା ଜଣାପଡ଼ୁଥିଲା । ପ୍ରଥମେ ପ୍ରଥମେ ମୁଁ ଅତ୍ୟଧିକ ରାଗି ଯାଉଥିଲା ଆଉ ତାଙ୍କ ସହ ଗାଳି କରୁଥିଲି । ଲାଗୁଥିଲା କି, ସେ ମୋତେ ଛାଡ଼ିଦେବେ ଆଉ ଅନ୍ୟ ଅଭିନେତ୍ରୀଙ୍କ ବିବାହ କରିବେ । କିନ୍ତୁ ପରବର୍ତୀ ସମୟରେ ମୋର ତାଙ୍କ ଉପରେ ଆଉ ନିଜ ଉପରେ ମଧ୍ୟ ବିଶ୍ୱାସ ଆସିଥିଲା । ସେ ମୋ ଉପରେ ନିର୍ଭରଶୀଳ ଥିଲେ ଆଉ ବହୁତ ଭଲ ପାଉଥିଲେ । ନିଜ ପରିବାର ପାଇଁ ମଧ୍ୟ ଚିନ୍ତିତ ରହୁଥିଲେ । ପରବର୍ତୀ ସମୟରେ ମୋର ତାଙ୍କ ଉପରେ ବିଶ୍ୱାସ ଆସିଥିଲା ଆଉ ତାଙ୍କର ମଧ୍ୟ ମୋ ଉପରେ ବିଶ୍ୱାସ ହୋଇଥିଲା । ଏଣୁ ଆମେ ଏକ ସୁନ୍ଦର ଜୀବନ କାଟିବାରେ ସକ୍ଷମ ହୋଇଥିଲୁ । ନିତୁ ଆହୁରି ମଧ୍ୟ କହିଛନ୍ତି କି, ପୁରୁଷମାନଙ୍କୁ ସ୍ୱାଧିନତା ଦେବା ଉଚିତ । ଫ୍ଲଟ କରିବା ପୁଅମାନଙ୍କର ଏକ ସ୍ୱଭାବ । ସେମାନଙ୍କୁ ବାନ୍ଧିକି ରଖାଯାଇପାରିବ ନାହିଁ । ଏପରିକି ସେ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହ ସିରିୟସଲି ରିଲେସନରେ ନଥିଲେ । ନହେଲେ ମୁଁ ନିଜେ ତାଙ୍କୁ କହିଥାନ୍ତି, ତୁମେ ତାସହ ରୁହ । ତେବେ ଦିବଙ୍ଗତ ଅଭିନେତା ଋଷି କପୁରଙ୍କ କାହାଣୀ ଏବେ ଅନେକ ୟୁଜର୍ସମାନେ ଜାଣିବା ସହ ପୁରୁଣା ଇଂଟରଭିୟୁକୁ ସେୟାର ମଧ୍ୟ କରୁଛନ୍ତି ।