କନକ ବ୍ୟୁରୋ : କରୋନା କବଳରେ ବଲିଉଡ ଅଭିନେତା ରଣବୀର କପୁର । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି ରଣବୀରଙ୍କ ମା ତଥା ଅଭିନେତ୍ରୀ ନୀତୁ କପୁର । ୩୮ବଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାରୁ ଆସୁଛି ଓ ଏବେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ସଂଗରୋଧରେ ରହିଥିବା ନିତୁ ଜଣାଇଛନ୍ତି । ଅସୁସ୍ଥତା ଯୋଗୁଁ ରଣବୀର ନିଜର ଦୁଇଟି ବଡ ଫିଲ୍ମ ପ୍ରୋଜକ୍ଟ ସମସେରା ଓ ବହ୍ମୋସ୍ତ୍ରର ସୁଟିଂ ସେଟରୁ ବିରତି ନେଇଛନ୍ତି ।
ପୂର୍ବରୁ ଏକାଧିକ ବଲିଉଡ କଳାକାରଙ୍କୁ କରୋନା ହୋଇଥିବାବେଳେ ଡିସେମ୍ବର ମାସରେ ନିତୁ ମଧ୍ୟ କରୋନାରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିଲେ । ସେ ଗତ ବର୍ଷ ତାଙ୍କର ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। କିଛି ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଥିଲେ ନିତୁ କପୁର । ମାଆଙ୍କ ଆରୋଗ୍ୟ ହେବା ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ ରିଦ୍ଧିମା କପୁର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/31-1.jpg)