କନକବ୍ୟୁରୋ: ଟ୍ରେନି ଆଇଏଏସ୍ ପୂଜା ଖେଡଦରଙ୍କ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ମାମଲା ଏବଂ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପରେ ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବା ନିଷ୍ପତି ନେଇଛି ୟୁପିଏସସି। ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ଡିଜିଟାଲ ଟେକ୍ନୋଲୋଜିର ଆପଣାଇବାକୁ ନିଷ୍ପତି ନେଇଛି ୟୁନିଅନ ପବ୍ଲିକ ସର୍ଭିସ କମିଶନ। ପରୀକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବାକୁ ୟୁପିଏସସି ଏଭଳି କିଛି ପନ୍ଥା ଆପଣାଇଛି ଯାହା ଦ୍ବାରା ପରୀକ୍ଷାରେ ଜାତିଆତି ରୋକିହେବ। ୟୁପିଏସସି ପ୍ରତିବର୍ଷ ୧୪ଟି ପରୀକ୍ଷା କରିଥାଏ । ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଗ୍ରୁପ ଏ’ ଏବଂ ଗ୍ରୁପ ବି’ ସରକାରୀ ପଦବୀ ପାଇଁ ଥିବା ପରୀକ୍ଷା ଆୟୋଜନ କରିଥାଏ ୟୁପିଏସସି।
ଜାତିଆତି ରୋକିବ
upscର ନୂଆ ବ୍ୟବସ୍ଥା
ଆଧାରକାରର୍ଡ ଆଧାରିତ ଫିଙ୍ଗରପ୍ରିଣ୍ଟ ବ୍ୟବସ୍ଥା କରାଯିବ
ଇ-ଆଡମିଟ କାର୍ଡ ପାଇଁ କ୍ୟୁଆର-କୋର୍ଡ ବ୍ୟବସ୍ଥା
ପରୀକ୍ଷା ହଲରେ ଲାଗିବ ଲାଇଭ ଏଆଇ ଆଧାରିତ ସିସିଟିଭି
ପରୀକ୍ଷାର୍ଥୀଙ୍କ ମୁହଁ ଚିହ୍ନିବାକୁ ରହିବ ଟେକ୍ନୋଲୋଜି
ଏହାଦ୍ବାରା କପି ଓ ଛଦ୍ମ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇପାରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/07/5-32.jpg)