ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଘୁଞ୍ଚିଲା । କିଛି ପ୍ରତିପକ୍ଷଙ୍କ ସତ୍ୟପାଠ ଦାୟର ହୋଇ ନଥିବାରୁ ଶୁଣାଣି ସ୍ଥଗିତ, ଜୁଲାଇ ୧୮ରେ ହେବ ପରବର୍ତ୍ତୀ ଶୁଣାଣି

Advertisment
ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଘୁଞ୍ଚିଲା । କିଛି ପ୍ରତିପକ୍ଷଙ୍କ ସତ୍ୟପାଠ ଦାୟର ହୋଇ ନଥିବାରୁ ଶୁଣାଣି ସ୍ଥଗିତ, ଜୁଲାଇ ୧୮ରେ ହେବ ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ : ଘୁଞ୍ଚିଲା ନିଟ୍ ମାମଲାର ଶୁଣାଣି। ଆସନ୍ତା ଜୁଲାଇ ୧୮ ତାରିଖରେ ମାମଲାର ଶୁଣାଣି ଧାର୍ୟ୍ୟ କଲେ ସୁପ୍ରିମକୋର୍ଟ। ପ୍ରଶ୍ନପତ୍ର ଲିକ, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ କେନ୍ଦ୍ର ସରକାର ଏବଂ ଏନଟିଏ ସର୍ବୋଚ୍ଚ ଅଦାତଲରେ ସତ୍ୟପାଠ ଦାଖଲ କରିଥିଲେ। ଏହା ଉପରେ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ଆସିପାରିନଥିବାରୁ ମାମଲାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ମାମଲାର ଶୁଣାଣି ପୂର୍ବରୁ ପ୍ରତିପକ୍ଷଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ୭ ଦିନ ସମୟ ଦେଇଛନ୍ତି ସରକାର। ନିଟ୍ ପରୀକ୍ଷାରେ ଅବ୍ୟବସ୍ଥା, ତୃଟି, ପ୍ରଶ୍ନପତ୍ର ଲିକକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୪୩ ପିଟିସନର ଆଜି ଶୁଣାଣି ହେବାର ଥିଲା। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥାନ୍ତୋ ଏହା ପୁର୍ବରୁ ଆଜି ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ରାପୋର୍ଟର ଚାର୍ଜସିଟ୍ ଦାଖଲ କରିଥିଲା। ବୁଧବାର କେନ୍ଦ୍ର ସରକାର ଏନେଇ ଶପଥ ପାଠ ଦାଖଲ କରିଥିଲେ। ନିଟ୍-ୟୁଜି ୨୦୨୪ରେ ଅଳ୍ପ କିଛି ସ୍ଥାନରେ ତୃଟି ହୋଇଛି ବୋଲି କହିଥିଲେ। ଆଇଆଇଟି ମାଡ୍ରାସ ଏହା ଉପରେ ସମୀକ୍ଷା କରି ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ କୌଣସି ପ୍ରମାଣ ପାଇନାହିଁ ବୋଲି କୋର୍ଟରେ କେନ୍ଦ୍ର ସରକାର କହିଥିଲେ। ଆଇଆଇଟି ମାଡ୍ରାସ ପକ୍ଷରୁ କୁହାଯାଇଛି ଯେ "ସାମୂହିକ ଅନିୟମିତତାର କୌଣସି ସଙ୍କେତ ନାହିଁ "। ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ପରେ ସୁପ୍ରିମକୋର୍ଟ ସିବିଆଇ, କେନ୍ଦ୍ର ସରକାର ଏବଂ ଏନଟିଏକୁ ବୁଧବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe