କନକ ବ୍ୟୁରୋ: ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସିବିଆଇକୁ ବଡ଼ ସଫଳତା। ମାଷ୍ଟରମାଇଣ୍ଡ ସହ ଆଉ ତିନି ଜଣ ଗିରଫ। ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଡାକ୍ତରୀ ଛାତ୍ର ଥିବା ବେଳେ ଜଣେ ବିଟେକ ଛାତ୍ର ଅଛନ୍ତି। ବିଟେକ ଛାତ୍ର ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ପରୀକ୍ଷା ଦିନ ଅର୍ଥାତ ମେ ୫ ତାରିଖ ସେମାନେ ହଜାରିବାଗ ଅଞ୍ଚଳରେ ଥିବା ଜଣାପଡିଛି।

Advertisment

ଏମାନେ ସବୁ ନିଟ୍ ପ୍ରଶ୍ନପତ୍ରର ଉତ୍ତର ପ୍ରସ୍ତୁତ କରିଥିଲେ। ବିଟେକ ଛାତ୍ର ସୁଶୀଲ ପାଶୱାନ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପଙ୍କଜଙ୍କୁ ସହାୟତା କରିଥିଲା। ପଙ୍କଜ ହିଁ ହଜାରିବାଗର ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିଲା ବୋଲି ଜଣାପଡିଛି। ପୂର୍ବରୁ ପଙ୍କଜଙ୍କୁ ଗିରଫ କରାଯାଇଥିବା ବେଳେ ଏହି ତିନି ଜଣଙ୍କୁ ମିଶାଇ ମୋଟ ୧୭ ଜଣଙ୍କୁ ସିବିଆଇ ଗିରଫ କରିଛି।

ସେପଟେ ସହର ଓ ସେଣ୍ଟରଧୱାରି ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବ ପ୍ରକାଶିତ ପରୀକ୍ଷା ଫଳରେ ୬ ଜଣ ୭୨୦ରୁ ୭୨୦ ମାର୍କ ରଖିଥିବାବେଳେ ଚଳିତ ରେଜଲ୍ଟରେ କୌଣସି ଛାତ୍ରଛାତ୍ରୀ ୭୦୦ ମାର୍କ ଛୁଇଁପାରିନଥିବା ଦେଖିବାକୁ ମିଳିଛି। ନିଟ୍ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାପରେ ଘଞଇ ପକ୍ଷରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା।