କନକ ବ୍ୟୁରୋ : ନିଟ୍ ପ୍ରସଙ୍ଗ ନେଇ ସଂଦସରେ ହଙ୍ଗାମା । ମୁହାଁମୁହିଁ ରାହୁଲ ଗାନ୍ଧୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଲୋକସଭାରେ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। କାହିଁକି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ରାହୁଲ। ରାହୁଲ କହିଥିଲେ, ସାରା ଦେଶରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ତୃଟି ରହିଛି। କିନ୍ତୁ ଶିକ୍ଷାମନ୍ତ୍ରୀ ତାଙ୍କୁ ଛାଡି ସମସ୍ତଙ୍କୁ ଦୋଷ ଦେଉଛନ୍ତି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାରେ ଅଛନ୍ତି। ଏବଂ ସେମାନେ ଏକମତ ହୋଇଛନ୍ତି ଯେ, ପରୀକ୍ଷା ବ୍ୟବସ୍ଥାରେ ତୃଟି ରହିଛି। ଯଦି ତୁମେ ଧନୀ ତେବେ ପରୀକ୍ଷା ବ୍ୟବସ୍ଥାକୁ ତୁମେ କିଣିପାରିବ। ରାହୁଲଙ୍କ ଏଭଳି କଡ଼ା ସମାଲୋଚନାର ଯବାବ ରଖିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ମିଛ କେବେବି ସତ ହୋଇଯିବନି। ଗତ ୭ ବର୍ଷରେ ପ୍ରଶ୍ନପତ୍ର ଲିକ ନେଇ କୌଣସି ପ୍ରମାଣ ମିଳିନାହିଁ। ନିଟ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି(ଏନଟିଏ) ସଫଳତାର ସହ ୨୪୦ ପରୀକ୍ଷା ପରିଚାଳନା କରିଛି। କିନ୍ତୁ ବିରୋଧୀ ଦଳ ନେତା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଅଳିଆ କହିବାଠୁ ଆଉ କିଛି ଦୁର୍ଭାଗ୍ୟଜନକ କଥା ନାହିଁ।
ସଂସଦରେ ନିଟ୍ ଓ ୟୁଜି ପ୍ରସଙ୍ଗକୁ ନେଇ ହଙ୍ଗାମା । ଧର୍ମେନ୍ଦ୍ର ପ୍ରଧାନ ଓ ରାହୁଲ ଗାନ୍ଧୀ ମୁହାଁମୁହିଁ । କଡ଼ା ଭାଷାରେ ଧର୍ମେନ୍ଦ୍ରଙ୍କୁ ରାହୁଲଙ୍କ କଟାକ୍ଷ
Advertisment
Follow Us