କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ହେବ ଏନଇଇଟି (ୟୁଜି) ପରୀକ୍ଷା । ସଂପୂର୍ଣ୍ଣ କୋଭିଡ୍ ଗାଇଡଲାଇନ ମାନି ଏହି ପରୀକ୍ଷା ହେବ ବୋଲି ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏକ ଟ୍ବିଟ କରି ସେ ଲେଖିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା ହେବ । ଏଥିପାଇଁ ଆସନ୍ତା କାଲିଠାରୁ ଆବେଦନ ପ୍ରକ୍ରିୟା ଏନଟିଏ ଓ୍ବେବସାଇଟରେ ଆରମ୍ଭ ହେବ ।
#୧୨_ସେପ୍ଟେମ୍ବରରେ_ନିଟ୍
୧୨ ସେପ୍ଟେମ୍ବରରେ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ ଗାଇଡଲାଇନ ଅନୁଯାୟୀ ହେବ ପରୀକ୍ଷା । @dpradhanbjp#KanakNewspic.twitter.com/msob0o3ZMy— Kanak News (@kanak_news) July 12, 2021
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଗହଳି କମାଇବାକୁ ଏଥର ଅଧିକ ସଂଖ୍ୟକ ସହରରେ ଏହି ପରୀକ୍ଷା ଆୟୋଜନ କରାଯିବ । ଗତ ଥର ୧୫୫ଟି ସହରରେ ଏହି ପରୀକ୍ଷା ଆୟୋଜନ କରାଯାଇଥିବାବେଳେ ଏଥର ୧୯୮ଟି ସହରରେ ଏହାକୁ ଆୟୋଜନ କରାଯିବ ।ସେହିପରି ଗତ ଥର (୨୦୨୦ରେ) ମୋଟ ୩୮୬୨ଟି କେନ୍ଦ୍ରରେ ଏହାକୁ ଆୟୋଜନ କରାଯାଇଥିବାବେଳେ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ । ସଂପୂର୍ଣ୍ଣ କୋଭିଡ୍ ଗାଇଡଲାଇନ ମାନି ଏହି ପରୀକ୍ଷା ହେବ । ପରୀକ୍ଷା କେନ୍ଦ୍ରରେ କଣ୍ଟାକ୍ଟଲେସ୍ ପଂଜୀକରଣ ହେବ, ମାସ୍କ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/10-12.jpg)