କନକ ବ୍ୟୁରୋ : ଆରମ୍ଭରୁ ବିବାଦରେ ରହିଆସିଛି ଏଥର ନିଟ୍ ପରୀକ୍ଷା । ଖାସ୍ କରି ଟପ୍ପରଙ୍କ ସଂଖ୍ୟା ଏବଂ ଗ୍ରେସ୍ ମାର୍କକୁ ନେଇ ଏହି ବିବାଦ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା । ଏହାପରେ ଏନଟିଏ ଗତ ଜୁନ୍ ୨୩ ତାରିଖରେ ଏହାର ପରୀକ୍ଷା କରିଥିଲା । ଏହାପରେ ଆଜି ଅର୍ଥାତ ଜୁଲାଇ ୬ ତାରିଖରେ ନିଟ୍ ୟୁଜି ପରୀକ୍ଷାର କାଉନିସେଲିଂ ହେବାର ଥିଲା । ହେଲେ ଆଜି ହେବାକୁ ଥିବା କାଉନସେଲିଂକୁ ସ୍ଥଗିତ କରିଦିଆଯାଇଛି । ଏଥିସହିତ ଖୁବଶୀଘ୍ର କାଉନସେଲିଂର ନୂଆ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି ।

Advertisment

ଏଥର ପ୍ରଥମରୁ ହିଁ ବିବାଦରେ ରହିଆସିଛି ନିଟ୍ ପରୀକ୍ଷା । ଏଥର ପରୀକ୍ଷାରେ ୧୫୬୩ ଛାତ୍ରଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା । ପରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ, ଜୁନ୍ ୨୩ରେ ପୁଣିଥରେ ପରୀକ୍ଷା କରାଯାଇଥିଲା । ୧୫୬୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସେତେବେଳେ କେବଳ ୮୧୩ ଜଣ ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେଇଥିଲେ । ଆଉ ପୁନଃ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କର ଆଜି କାଉନସେଲିଂ ହେବାର ଥିଲା । ଯାହାକୁ କି ସ୍ଥଗିତ କରିଦିଆଯାଇଛି ।