କନକ ବ୍ୟୁରୋ : ଜୁଲାଇ ୧୮ରେ ସୁପ୍ରିମକୋର୍ଟ ଏନଟିଏକୁ ନିଟ ୟୁଜି ୨୦୨୪ ଫଳାଫଳ ସିଟି ଓ ସେଂଟର ଅନୁସାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରୀକ୍ଷାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟ exam.nta.ac.in/NEET ରୁ ପାଇପାରିବେ । ଏହି ୱେବସାଇଟରେ ଲଗଇନ କରି ପରୀକ୍ଷାର୍ଥୀ ରୋଲ ନମ୍ବର, ପରୀକ୍ଷା କେନ୍ଦ୍ରର ନାମ ଦେବା ପରେ ଫଳାଫଳ ପାଇପାରିବେ ।

-ମେ’ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା
-ମେ ୫ରେ ପରୀକ୍ଷା ଆୟୋଜିତ ହୋଇଥିଲା
-ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ
-ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା,
-କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।

ଶୁଣାଣିରେ କୋର୍ଟ କହିଥିଲେଟ୍ଟ ଯଦି ଅନିୟମିତତା ହୋଇଥିବ, ଏହି ରେଜଲ୍ଟରୁ ଜଣାପଡ଼ିବ। ତା’ହେଲେ ଯାଇ ପୁନଃପରୀକ୍ଷା କରାଯାଇ ପାରିବ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଥିଲେ। ତେଣୁ ଏଥରକ ପରୀକ୍ଷାଫଳ ସିଟି ଓ ସେଣ୍ଟର ଅନୁଯାୟୀ ପ୍ରକାଶ ପାଇଛି।

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗର ତଦନ୍ତ କରୁଛି ସିବିଆଇ। ନିଟ୍ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାପରେ NTA ପକ୍ଷରୁ CBI ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା।ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି ୬୦ ଜଣଙ୍କୁ ଗିରଫ କରିସାରିଲାଣି। ବିହାର ପେପର ଲିକ୍ର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ ରହିଛି। ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି।