କନକ ବ୍ୟୁରୋ : ରାଷ୍ଟ୍ରୀୟ ନିଟ୍ ପିଜି କାଉଁସେଲିଙ୍ଗ ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କି, ଘରୋଇ ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଆଶ୍ୱାସନା ମୁତାବକ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ଏମସିସି ଦ୍ୱାରା ନିଟ-ପିଜି କାଉଁସେଲିଙ୍ଗ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା କରୋନା ଯୋଦ୍ଧରେ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ସଦୃଢ ହୋଇପାରିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
କହିରଖୁ କି କିଛିଦିନ ତଳେ କୋର୍ଟ ନିଟ ୟୁଜି ଓ ପିଜିରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଓ ଇଡବ୍ଲ୍ୟଏସ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଗ୍ରହଣ କରି ନିଟ୍ କାଉଁସେଲିଙ୍ଗ ଆରମ୍ଭ କରିବା ନେଇ ଥିବା ଅସୁବିଧାକୁ ଦୂର କରିଛନ୍ତି । ଏହାପରେ ମେଡିକାଲ କାଉଁସେଲିଙ୍ଗ କମିଟି ତରଫରୁ ନିଟ ୟୁଜି ଓ ପିଜି କାଉଁସେଲିଙ୍ଗ ୨୦୨୧ ନେଇ ଏକକ ନୋଟିସ ଜାରି କରିଛି । ମେଡିକାଲ କାଉଁସେଲିଙ୍ଗ କମିଟି ଦ୍ୱାରା ଜାରି କରାଯାଇଥିବା ନୋଟିସରେ ଛାତ୍ର ଛାତ୍ରୀମାନଙ୍କୁ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ବାବଦରେ ଅବଗତ କରାଯାଇଛି । ଏହାସହ ଆଶ୍ୱାସନା ଦିଆଯାଇଛି କି କାଉଁସେଲିଙ୍ଗର ସିଡ୍ୟୁଲ ଅଫିସିଆଲ ୱେବସାଇଟରେ ଜାରି କରାଯିବ ।
କୋର୍ଟ ଏହି ମାମଲାର ବିସ୍ତୁତ ଶୁଣାଣି ମାର୍ଚ୍ଚ ମାସରେ କରିବ ବୋଲି ଜଣାପଡିଛି । ଅଲ ଇଣ୍ଡିଆ କୋଟା ମେଡିକାଲ ସିଟରେ ଓବିସି ବର୍ଗକୁ ୨୭ ପ୍ରତିଶତ ଓ ଇଡବ୍ଲ୍ୟୁଏସ ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବା ନେଇ କେନ୍ଦ୍ର ଓ ଚିକିତ୍ସା ପରାମର୍ଶ ସମିତିକୁ ଜୁଲାଇ ୨୯ ତାରିଖରେ ଏକ ଯାଚିକା ମାଧ୍ୟରେ ଚ୍ୟାଲେଞ୍ଜ କରିଥିଲା ।
रेसीडेंट डॉक्टरस को स्वास्थ्य मंत्रालय द्वारा दिए आश्वासन अनुसार, माननीय सर्वोच्च न्यायालय के आदेश के बाद MCC द्वारा NEET-PG काउन्सलिंग 12 जनवरी 2022 से शुरू की जा रही है।
इससे कोरोना से लड़ाई में देश को और मज़बूती मिलेगी। सभी उम्मीदवारों को मेरी शुभकामनाएं।
— Dr Mansukh Mandaviya (@mansukhmandviya) January 9, 2022
କହିରଖୁ କି ନିଟ୍ କାଉଁସେଲିଙ୍ଗରେ ବିଳମ୍ବ କାରଣରୁ ନୂଆ ସେସନର ଆଡମିଶନ ଅଟକି ରହିଥିଲା । କରୋନା କାଳରେ ହସ୍ପିଟାଲରେ କାମ କରୁଥିବା ଘରୋଇ ଡାକ୍ତରଙ୍କ ଉପରେ ଏନେଇ କାର୍ଯ୍ୟଭାର ବଢି ଚାଲିଥିଲା । ଏନେଇ ଘରୋଇ ଡାକ୍ତରମାନେ କିଛିଦିନ ତଳେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ।